ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ଦେବ ୨୦୧କୋଟି

ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ଆଜି ଓଡ଼ିଶାକୁ ୨୦୧.୧୦କୋଟି ଟଙ୍କା ସମେତ ଛତିଶଗଡ଼କୁ ୧୪୭.୭୬କୋଟି ଟଙ୍କା ଓ ପଶ୍ଚିମବଙ୍ଗକୁ ୩୭୬.୭୬କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

Representative Image

  • Published: Monday, 11 November 2024
  • , Updated: 11 November 2024, 08:02 PM IST

ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୦୧.୧୦କୋଟି ଟଙ୍କା ଦେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫.୬୨କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

କେନ୍ଦ୍ର ସରକାର ‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ’ ଯୋଜନାରେ ଏନଡିଆରଏଫ(ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି) ଅଧୀନରେ ୫ହଜାର କୋଟି ଟଙ୍କା ଆବଂଟନ କରିଛନ୍ତି । ଦେଶରେ ବିପର୍ଯ୍ୟୟର ପ୍ରଭାବୀ ମୁକାବିଲାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ସୁଦୃଢ଼ କରିବା ଓ ବିପର୍ଯ୍ୟୟବେଳେ ଧନଜୀବନ ହାନିକୁ ହ୍ରାସ ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ ପଦକ୍ଷେପ ନେଇଛନ୍ତି ।  ଏଥିପୂର୍ବରୁ ୧୫ଟି ରାଜ୍ୟ ପାଇଁ କେନ୍ଦ୍ର ସରକାର ୨୫୪୨.୧୨କୋଟି ଟଙ୍କା ମଞ୍ଜୁର କରିଥିଲେ ।

ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ଆଜି ଓଡ଼ିଶାକୁ ୨୦୧.୧୦କୋଟି ଟଙ୍କା ସମେତ ଛତିଶଗଡ଼କୁ ୧୪୭.୭୬କୋଟି ଟଙ୍କା ଓ ପଶ୍ଚିମବଙ୍ଗକୁ ୩୭୬.୭୬କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତବର୍ଷ ରାଜ୍ୟଗୁଡ଼ିକୁ ୨୧ହଜାର ୨୬କୋଟି ଟଙ୍କାର ଅର୍ଥରାଶି ଆବଂଟନ କରାଯାଇଛି । ଏଥିରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୨୬ଟି ରାଜ୍ୟକୁ ୧୪,୮୭୮.୪୦କୋଟି ଟଙ୍କା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ)ରୁ ୧୫ଟି ରାଜ୍ୟକୁ ୪୬୩୭କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡିଏମଏଫ)ରୁ ୧୧ଟି ରାଜ୍ୟକୁ ୧୩୮୫.୪୫କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନଡିଏମଏଫ)ରୁ ୩ଟି ରାଜ୍ୟକୁ ୧୨୪.୯୩କୋଟି ଟଙ୍କା ଆବଂଟନ କରାଯାଇଛି ।

Related story