Advertisment

ବାର୍ଡ ଫ୍ଲୁ ସଂକ୍ରମଣ; ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ବାର୍ଡ଼ ଫ୍ଲୁ ପାଇଁ ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ପ୍ରଥମ ଦିନରୁ ହିଁ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

author-image
Tapaswini Nayak
Bird flu

Bird flu

ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବା ବେଳେ ଦିନେ ଦୁଇ ଦିନ ଭିତରେ ତଦାରଖ ପାଇଁ ଓଡ଼ିଶା ଆସିବ ସେଣ୍ଟ୍ରାଲ ଟିମ। ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲିବା ସହସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ବାର୍ଡ଼ ଫ୍ଲୁ ପାଇଁ ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ପ୍ରଥମ ଦିନରୁ ହିଁ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ନେଇ ଏଯାଏଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୌଣସି ସୂଚନା ଆସିନାହିଁ। ସେମାନେ କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ପ୍ରାଣୀ ସାମ୍ପଲ ଟେଷ୍ଟ ପାଇଁ ପଠାଇଛନ୍ତି। ତେବେ ଏଯାଏଁ ମଣିଷଙ୍କ ପାଖକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି।

ପୂର୍ବରୁ ପରୀକ୍ଷା ପାଇଁ ପଠାଯାଇଥିବା ସନ୍ଦିଗ୍ଧ ନମୁନା ନେଗେଟିଭ ଆସିଛି । ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ପରାମର୍ଶ ଦିଆଯାଇଛି।

Advertisment
Bird Flu