ପୋକ ଖାଉଛୁ ! ଆମେ ମଣିଷ ନା ଗାଈଗୋରୁ ? | Feeding Insect Infested Rice in College Hostel | Odisha Reporter
'ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଛି। ଭାତରେ ଚାଲୁଛି ପୋକ ତ କେଉଁଠି ସନ୍ତୁଳା ଭିତରେ ପୋକ। ପିଇବା ପାଣି ସବୁବେଳେ ଦୂଷିତ । ଫଳରେ ବାରମ୍ବାର ରୋଗରେ ପଡ଼ୁଛୁ। ଖାଇବା ତ ଠିକ୍ ଭାବେ ମିଳୁନି, ପାଠ କ’ଣ ପଢ଼ିବୁ ।’ କିଛି ଏମିତି କହି କୋରାପୁଟ ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀ ଆଜି ଦୀର୍ଘ ଦିନର ପୁଞ୍ଜିଭୂତ ଅସନ୍ତୋଷ ପ୍ରକାଶ କରି ରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରୀମାନେ ଗର୍ଜନ କରି ରାସ୍ତା ଅବରୋଧ କରିଥିବା ବେଳେ କର୍ତ୍ତୃପକ୍ଷ ଦାବି ମାନିବା ପରେ ହିଁ ହଷ୍ଟେଲକୁ ଫେରିବେ ବୋଲି କହିଛନ୍ତି। ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୫୦ ପିଲା ରହି ପଢ଼ୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us