Advertisment

ଶିମିଳିପାଳରେ ହେବ କଳାବାଘ ସଫାରୀ, ଗ୍ରୀନ୍‌ ସିଗ୍‌ନାଲ ଦେଲା CZA

ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବନ୍ୟ ପ୍ରାଣୀ ପିସିସିଏଫ।

author-image
Madhupriya Mistry
black-tiger

black-tiger

ଶିମିଳିପାଳରେ କଳାବାଘ ସଫାରୀ ପ୍ରକ୍ରିୟା ଆଉ ପାଦେ ଆଗେଇଲା। ସେଣ୍ଟ୍ରାଲ ଜୁ ଅଥରିଟି (CZA)ରୁ ମିଳିଲା ଅନୁମତି। ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ।

Advertisment

ବାରିପଦାରୁ ୧୦କିମି ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ କଳାବାଘ ସଫାରୀ ହେବ। ନନ୍ଦନକାନନରେ କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ। ସେଠାରେ ବାଘ ଙ୍କ ପାଇଁ ଏକ ହସ୍ପିଟାଲ ମଧ୍ୟ ତିଆରି ହେବ ବୋଲି କହିଛନ୍ତି ବନ୍ୟ ପ୍ରାଣୀ ପିସିସିଏଫ୍‌।

ବାଘଙ୍କ ପାଇଁ ସୁରକ୍ଷିତ ନୀବାସ ହେଉଛି ଓଡ଼ିଶା। ହଜାର ହଜାର କିମି ଅତିକ୍ରମ କରି ଓଡ଼ିଶା ମୁଁହା ହେଉଛନ୍ତି ମହାବଳ ବାଘ। ୨୦୧୩ରେ ନନ୍ଦନକାନନକୁ ଆସିଥିବା ବାଘ ନନ୍ଦନ ସେଣ୍ଟ୍ରାଲ ଇଣ୍ଡିଆ ଲେଣ୍ଡସ୍କେପରୁ ଆସିଥିବା ଜେନେଟିକ ଷ୍ଟଡିରୁ ଜଣାପଡିଛି।

Advertisment

ନିକଟ ଅତୀତରେ ଦୁଇଟି ବାଘ ସେଣ୍ଟ୍ରାଲ ଇଣ୍ଡିଆ ଲେଣ୍ଡ ସ୍କେପରୁ ଆସି ଓଡ଼ିଶାରେ ରହୁଛନ୍ତି। ରାଜ୍ୟରେ ବାଘ ସଂଖ୍ୟା ବଢୁଥିବା ବେଳେ ଏହା ଦ୍ୱାରା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

Black Tiger Central Zoo Authority Similipal Tiger Reserve Odisha