Advertisment

ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ମଞ୍ଜୁରୀ

ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଛତିଶଡ଼ର ଭଲୁମୁଡ଼ାକୁ ନୂଆ ଡବଲ ଲାଇନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ୩୭ କିଲୋମିଟର ଲାଇନ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି।

author-image
Manoranjan Sial
ଅଦ୍ୟତନ ହୋଇଛି
East coast railway

East coast railway

ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହି ରେଳ ଲାଇନ୍‌ ପଦ୍ମପୁର ହୋଇ ଯିବ। ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନରେ ୧୩ଟି ଷ୍ଟେସନ୍‌ ନିର୍ମାଣ ହେ। ୧୩୮ କିଲୋମିଟରର ନୂଆ ରେଳ ଲାଇନ୍‌ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା। ଏହି ଲାଇନ୍‌ ହେଲେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ। ଏ ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ସେହିପରି ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଛତିଶଡ଼ର ଭଲୁମୁଡ଼ାକୁ ନୂଆ ଡବଲ ଲାଇନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ୩୭ କିଲୋମିଟର ଲାଇନ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି।

ସେହିପରି ଜାମସେଦପୁର-ଆସାନସୋଲ ମଧ୍ୟରେ ତୃତୀୟ ଲାଇନକୁ ମଧ୍ୟ ମଞ୍ଜୁରି ମିଳିଛି। ଏହାଛଡ଼ା ଶିଳ୍ପ ଭିତ୍ତିଭୂମି କ୍ଷେତ୍ର ପାଇଁ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି। ଦେଶରେ ୧୨ଟି ନୂଆ ଇଣ୍ଡଷ୍ଟ୍ରିଆଲ ସ୍ମାର୍ଟ ସିଟି ଗଠନ ପାଇଁ ୨୮ହଜାର ୬୦୨ କୋଟିର ବ୍ୟବସ୍ଥା ହୋଇଛି। ଏହି ୧୨ ପ୍ରକଳ୍ପ ୧୦ ରାଜ୍ୟରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

କେନ୍ଦ୍ର କ୍ୟାବିନେଟ ମଞ୍ଜୁର ଦେଇଥିବା ୧୨ ଶିଳ୍ପ ସ୍ମାର୍ଟ ସିଟି ୧୦ ରାଜ୍ୟରେ ପ୍ରତିଷ୍ଠା ହେବ। ସେହି ସହର ଗୁଡ଼ିକ ହେଲା- ଉତ୍ତରାଖଣ୍ଡର ଖୁରପିଆ, ପଞ୍ଜାବର ପଟିଆଲାର ରାଜପୁରା, ମହାରାଷ୍ଟ୍ରର ଦିଗି, କେରଳର ପାଲକ୍କଡ, ୟୁପିର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜହିରାବାଦ୍, ଆନ୍ଧ୍ରପ୍ରଦେଶର କୋପାର୍ଥୀ ଓ ଓରଭାକାଲ, ରାଜସ୍ଥାନ ଅନ୍ତର୍ଗତ ଯୋଧପୁରର ପାଲି ଏବଂ ପଶ୍ଚିମବଙ୍ଗର ଜାମସେଦପୁର-ପୁରୁଲିଆ-ଆସନସୋଲ।

Railway Minister Railway Budget Railway