Advertisment

ମୃତ ପୋଲିଂ କର୍ମଚାରୀ ପାଇଁ CEO ଘୋଷଣା କଲେ ସହାୟତା

ଆଜି ଶ୍ରୀ ଆଚାର୍ଯ୍ୟ ଟିଟିଲାଗଡ଼ ଡିଏଭି କଲେଜ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ କରୁଥିଲେ। ଠିକ୍‌ ସେହି ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ସେଠାରେ ବସି ପଡ଼ିଥିଲେ।

Election

Election

Advertisment

ପୋଲିଂ ଅଫିସରଙ୍କ ମୃତ୍ୟୁକୁ ନେଇ ସିଇଓଙ୍କ ପକ୍ଷରୁ ସହାୟତା ଘୋଷଣା। ମୃତ ପୋଲିଂ କର୍ମଚାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି। ମୃତ ଶିକ୍ଷକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ପାଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶୁଶିଲ କୁମାର ଆଚାର୍ଯ୍ୟ।

Advertisment

ଆଜି ଶ୍ରୀ ଆଚାର୍ଯ୍ୟ ଟିଟିଲାଗଡ଼ ଡିଏଭି କଲେଜ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ କରୁଥିଲେ। ଠିକ୍‌ ସେହି ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ସେଠାରେ ବସି ପଡ଼ିଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ଶ୍ରୀ ଆଚାର୍ଯ୍ୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ନିଆ ଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁରେ ବଲାଙ୍ଗିର ଶିକ୍ଷକ ସଂଘ ଶୋକ ପ୍ରକାଶ କରିଛି।

Advertisment
General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe