Advertisment

କାଲିଠୁ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ

ପୂର୍ବରୁ ଜଣେ ୟୁଜର୍ସଙ୍କୁ ପୁରୁଣା ନମ୍ବର ରଖି ନୂଆ ସିମ୍ ନେବାକୁ ହେଲେ ସାମାନ୍ୟ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ୁଥିଲା ନୂଆ ନିୟମ ଅନୁସାରେ କିନ୍ତୁ ତାହା ଏତେଟା ସହଜ ହେବନି।

author-image
Biswajit Samal
Sim Card

Sim Card

କାଲିଠୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ କରିବାକୁ ଯାଉଛି ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ। ଟ୍ରାଇର ନିଷ୍ପତ୍ତି ଅନୁସାରେ ସହଜ ହେବନି ସମାନ ନମ୍ବର ଥାଇ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା। ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପ୍ରମାଣପତ୍ର, ଓଟିପି ଦେବାକୁ ପଡ଼ିବ। ଏହା ପରେ ଏହାର ଭିରିଫିକେସନ ପାଇଁ ବି ଅପେକ୍ଷା କରିବାକୁ ପଡ଼ିବ। ଭେରିଫିକେସନ ପରେ ହିଁ ଆପଣଙ୍କୁ ପୁରୁଣା ନମ୍ବରରେ ନୂଆ କମ୍ପାନୀର ସିମ୍ ଉପଲବ୍ଧ ହେବ। ଏଥିପାଇଁ ସାତ ଦିନର ସମୟ ଲାଗିବ।

Advertisment

ପୂର୍ବରୁ ଜଣେ ୟୁଜର୍ସଙ୍କୁ ପୁରୁଣା ନମ୍ବର ରଖି ନୂଆ ସିମ୍ ନେବାକୁ ହେଲେ ସାମାନ୍ୟ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ୁଥିଲା ନୂଆ ନିୟମ ଅନୁସାରେ କିନ୍ତୁ ତାହା ଏତେଟା ସହଜ ହେବନି। ସିମ୍ ଫ୍ରଡ, ଜାଲିଆତି, ୟୁଜର୍ସଙ୍କ ଡାଟା ସୁରକ୍ଷା ପାଇଁ ହିଁ ଏହି ନୂଆ ନିୟମ ଆପଣାଉଥିବା ଦାବି କରୁଛି ଟ୍ରାଇ। ସେପଟେ ଅନେକଙ୍କ କହିବା କଥା, ଜରୁରୀକାଳୀନ ସ୍ଥିତିରେ ଯେଉଁ ଗ୍ରାହକ ସିମ୍ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନେ ଏହି ନୂଆ ନିୟମରେ ଅସୁବିଧାର ସାମ୍ନା କରିବେ। ଏହି ନୂଆ ନିୟମ ଗଲା ମାର୍ଚ୍ଚ ମାସରୁ ଡ୍ରାଫ୍ଟ ହୋଇ ସାରିଥିବା ବେଳେ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବ।

New SIM Card Rule