/odisha-reporter/media/post_attachments/uploadimage/library/16_9/16_9_0/IMAGE_1720175247.jpg)
Cherry blossom
ଦାରିଙ୍ଗବାଡ଼ିର ଶୋଭା ବଢ଼ାଇବ ଚେରୀ ବ୍ଲସମ୍। ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଏହି ଚାଷ ହେବାକୁ ଯାଉଛି। ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ଅବସରରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Advertisment
ସେହିପରି ଚଳିତ ବର୍ଷ ରାଜ୍ୟରେ ଲାଗିବ ୫ କୋଟି ଗଛ। ରାଜ୍ୟ ସରକାର ଲଗାଇବେ ୨ କୋଟି ୨୦ ଲକ୍ଷ ଗଛ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ଆଉ ୨ କୋଟି ୮୦ ଲକ୍ଷ ବୃକ୍ଷରୋପଣ କରାଯିବ। ବଜ୍ରପାତଜନିତ ମୃତ୍ୟୁ ରୋକିବାକୁ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଇବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ 'ଏକ ପେଡ୍ ମାଆ କେ ନାମ୍' କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ୧ ଲକ୍ଷ ୪୫ ହଜାର ଲୋକେ ଗଛ ଲଗାଇ ଫଟୋ ପଠାଇଛନ୍ତି। ଏହାସହ ବୃକ୍ଷରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
