Advertisment

ଅଙ୍ଗଦାନ କରିବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ନେଲେ ସଙ୍କଳ୍ପ

ଅଙ୍ଗଦାନ ମହତ୍ ଦାନ, ଏହି ବାର୍ତ୍ତା ଗ୍ରାମାଞ୍ଚଳ ସମେତ ସବୁ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତି ମତବ୍ୟକ୍ତ କରିଥିଲେ।

Meeting

Meeting

Advertisment

ଅଙ୍ଗଦାନ ପାଇଁ ସଙ୍କଳ୍ପ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। କଟକ ଏସସିବି ମେଡିକାଲରେ ଭାରତୀୟ ଅଙ୍ଗଦାନ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସଂକଳ୍ପ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ।

Advertisment

ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଙ୍ଗଦାନ ମହତ୍ ଦାନ, ଏହି ବାର୍ତ୍ତା ଗ୍ରାମାଞ୍ଚଳ ସମେତ ସବୁ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତି ମତବ୍ୟକ୍ତ କରିଥିଲେ।

ସେହିପରି ଏମବିବିଏସ ପାଠ୍ୟକ୍ରମରେ ଅଙ୍ଗଦାନ ବିଷୟକୁ ସାମିଲ୍ ପାଇଁ ଘୋଷଣା କରିଥିଲେ ଓଡ଼ିଶା ୟୁନିଭରସିଟି ଅଫ୍ ହେଲଥ ସାଇନ୍ସର କୁଳପତି ଡାକ୍ତର ମାନସ ସାହୁ। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଭାରତୀୟ ଅଙ୍ଗଦାନ ସମିତିର ସଭାପତି ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ଏସସିବି ଅଧୀକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ, ଆଡିସନାଲ ଡିଏମଇଟି ଉମାକାନ୍ତ ଶତପଥୀ ଓ ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଅଙ୍ଗଦାନର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ।

Advertisment
Cuttack Organ Donation Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe