BJP
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତାଙ୍କ ସାଥୀରେ ଥିଲେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଦଳୀୟ ବିଧାୟକ ଓ କର୍ମକର୍ତ୍ତା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ଵରର ମ୍ୟୁଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍. ଆମ୍ବେଦକର ଏବଂ ୧୨୦ ବାଟାଲିୟନ ଛକରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବରପୁତ୍ରମାନଙ୍କ ଆଶୀର୍ବାଦ କାମନା କରିଥିଲେ।
ଏହି ଅବସରରେ ସେ କହିଛନ୍ତି, ଦେଶର ସ୍ଵାଧୀନତା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଅସ୍ମିତାର ସୁରକ୍ଷାରେ ଆମର ଏହି ବରପୁତ୍ର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି। ରାଜ୍ୟର ନୂଆ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ବିଧାୟକ ଓ ବିଧାୟିକାମାନେ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1718364087.jpg)