/odisha-reporter/media/post_attachments/uploadimage/library/16_9/16_9_0/IMAGE_1704786656.jpg)
Malkangiri airport
ଆକାଶ ପଥ ସହ ଯୋଡ଼ି ହୋଇଛି ମାଲକାନଗିରି। ଲୋକାର୍ପିତ ହୋଇଛି ମାଲକାନଗିରି ଏୟାରପୋର୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଲୋକର୍ପଣ କରିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଥିଲେ।
Advertisment
ନୂତନ ବିମାନବନ୍ଦରରେ ବିମାନସେବାର ଶୁଭାରମ୍ଭ ପରେ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବିପୂରଣ ହୋଇଛି । ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ନିର୍ମାଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ରବିବାର ପ୍ରଥମ ଥର ପାଇଁ ମାଲକାନଗିରି ଏୟାରଷ୍ଟ୍ରିପରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିଥିଲା। ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଅବତରଣ କରିଥିଲା ୭ଟି ସିଟ୍ ବିଶିଷ୍ଟ VT 100 ଏୟାରକ୍ରାଫ୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
