/odisha-reporter/media/post_attachments/uploadimage/library/16_9/16_9_0/IMAGE_1721838550.jpg)
CM Mohan Charan Majhi
ଚଳିତ ମାସ ୧୮ ଓ ୨୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ । କାର୍ଯ୍ୟବ୍ୟସ୍ତତା ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାପଡ଼ିଛି ।
Advertisment
ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତା ୧୮ ଓ ୨୫ତାରିଖରେ(ଉଭୟ ସୋମବାର) ୟୁନିଟ-୫ସ୍ଥିତ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ରେ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ପରେ ଜଣାଇ ଦିଆଯିବ ବୋଲି ବିଭାଗ କହିଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୧ରୁ ପ୍ରତ୍ୟେକ ସୋମବାର ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ରେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
