Advertisment

ଆଶାଦିଦି ଶିବାନୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ପ୍ରଶଂସା ବି କଲେ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ମାଧ୍ୟମରେ ଶିବାନୀ ଦିଦିଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତାବେଳେ ଜାଣିବାକୁ ପାଇଥିଲେ ଯେ, ଶିବାନୀ ଦିଦି ମୋଟ ୭ଜଣ ବୟସ୍କ ଓ ୨ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳୀକୁ ଆଣିଥିଲେ।

BJP

BJP

Advertisment

ବାତ୍ୟା ‘ଦାନା’ ପାଇଁ ବୟସ୍କା ମହିଳାଙ୍କୁ ନିଜ ପିଠିରେ ବୁହାଇ ଆଶ୍ରୟସ୍ଥଳୀକୁ ନେଇଥିବା କେନ୍ଦ୍ରାପଡ଼ାର ରାଜନଗର ଅଂଚଳର ଆଶାଦିଦି ଶିବାନୀ ମଣ୍ଡଳଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା ବି କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ମାଧ୍ୟମରେ ଶିବାନୀ ଦିଦିଙ୍କ ସହ କଥା ହୋଇଥିଲେ । କଥାବାର୍ତ୍ତାବେଳେ ଜାଣିବାକୁ ପାଇଥିଲେ ଯେ, ଶିବାନୀ ଦିଦି ମୋଟ ୭ଜଣ ବୟସ୍କ ଓ ୨ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳୀକୁ ଆଣିଥିଲେ । ତାଙ୍କର ଏଭଳି ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରିବା ସହ ସରକାର ଓ ସେ ବ୍ୟକ୍ତିଗତ ଭାବେ ତାଙ୍କ କାମରେ ଖୁସିଥିବା ଶ୍ରୀ ମାଝୀ କହିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସବୁବେଳେ ଭଲରେ ରଖନ୍ତୁ ବୋଲି କହିବା ସହ ଲୋକମାନଙ୍କ ବିପଦବେଳେ ଏଭଳି ସମସ୍ତଙ୍କୁ ସାହାଯ୍ୟ କରୁଥାଅ ବୋଲି ପରାମର୍ଶ ଦେଇଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ କଥା ପଚାରି ବୁଝିଥିଲେ । ଆଉ ତାଙ୍କର ପକ୍କାଘର ନଥିବା ଜାଣିବାକୁ ପାଇବା ପରେ ତୁରନ୍ତ ତାଙ୍କୁ ଏକ ଘର ଦେବା ପାଇଁ ରାଜନଗର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବାନୀଦିଦିଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡ ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତର କରିବାର ଦାୟିତ୍ୱ ନେଇଥିଲେ । ଗାଁର ଜନୈକ ବୟସ୍କା ମହିଳା ପକ୍ଷାଘାତରେ ଆକ୍ରାନ୍ତ ଥିବାରୁ ପ୍ରବଳ ବର୍ଷାରେ ଆଶ୍ରୟସ୍ଥଳୀକୁ ଯାଇପାରୁନଥିଲେ । ଶିବାନୀ ଦିଦି ନିଜ ପିଠିରେ  କାନ୍ଧେଇ ଦେଢ଼ କିମି ଦୂରରେ ଥିବା ଆଶ୍ରୟସ୍ଥଳୀକୁ ବୋହି ନେଇ କର୍ତ୍ତବ୍ୟ ସମ୍ପାଦନ କରିବା ସହ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସୋସିଆଲ ମିଡିଆରେ ଗତକାଲିଠୁ ତାଙ୍କର ପ୍ରଶଂସା କରାଯାଉଛି।

Advertisment
Bjp Kendrapara Mohan Charan Majhi Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe