Advertisment

ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଗତ ଶନିବାରଠୁ ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଆହୁରି ୨ ଦିନ ସେ ମେଡିକାଲରେ ରହିବେ ବୋଲି ଜଣାଯାଇଛି ।

author-image
Niharika Rout
Chief Secretary

Chief Secretary

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଡେଙ୍ଗୁ । ଗତ ଶନିବାରଠୁ ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଆହୁରି ୨ ଦିନ ସେ ମେଡିକାଲରେ ରହିବେ ବୋଲି ଜଣାଯାଇଛି । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ଆଜି ମେଡିକାଲ ଯାଇ ପ୍ରଦୀପ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଡିଓ ଉପାଧ୍ୟକ୍ଷ ଓ ଖୋର୍ଦ୍ଧା ଜିଲ୍ଲାପାଳ ।

Advertisment

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ଧୀରେ ଧୀରେ ସେ ସୁସ୍ଥ ହେଉଥିବା ବେଳେ ପ୍ଲେଟଲେଟ୍‌ରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। 

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ହଟସ୍ପଟ ପାଲଟିଛି ଭୁବନେଶ୍ୱର। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜଧାନୀ ବାସିନ୍ଦା।

Advertisment

ଡେଙ୍ଗୁ ପରୀକ୍ଷା ନିମନ୍ତେ ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲ ଉପରେ ପ୍ରବଳ ଚାପ ପଡ଼ୁଥିଲା। ଏଥିସହ ସକାଳୁ ସନ୍ଧ୍ୟା ଯାଏ ଟେଷ୍ଟିଂ ପାଇଁ ଛିଡ଼ା ହୋଇ ରୋଗୀ ବି କଲବଲ ହେଉଥିଲେ। କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ଗହଳିକୁ ଏଡ଼ାଇବାକୁ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଓ ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏଥିସହ ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଡେଙ୍ଗୁ ୱାର୍ଡ ଖୋଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି।   

Pradeep Jena Dengue