Advertisment

ମୁଖ୍ୟ ସଚିବ ପିକେ ଜେନାଙ୍କ ମାତୃବିୟୋଗ

ମୁଖ୍ୟ ଶ୍ରୀ ଜେନାଙ୍କ ମା’ଙ୍କର ଆଜି ଦିନ ପ୍ରାୟ ୧ଟା ୪୦ମିନିଟ୍ ସମୟରେ ତାଙ୍କ ସରକାରୀ ବାସଭବନରେ ପରଲୋକ ହୋଇଯାଇଛି।

author-image
Ordigital Desk
PK Jena's mother

PK Jena's mother

ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ମା’ ଶକୁନ୍ତଳା ଜେନାଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା ।

Advertisment

ସୂଚନା ଅନୁସାରେ, ମୁଖ୍ୟ ଶ୍ରୀ ଜେନାଙ୍କ ମା’ଙ୍କର ଆଜି ଦିନ ପ୍ରାୟ ୧ଟା ୪୦ମିନିଟ୍ ସମୟରେ ତାଙ୍କ ସରକାରୀ ବାସଭବନରେ ପରଲୋକ ହୋଇଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଶୁଭେଚ୍ଛୁମାନେ ସ୍ୱର୍ଗୟା ଜେନାଙ୍କର ପାର୍ôଥବ ଶରୀରର ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗତ ୩ବର୍ଷ ପୂର୍ବରୁ ଶ୍ରୀ ଜେନାଙ୍କ ପିତୃବିୟୋଗ ହୋଇଥିଲା ।

Chief Secretary PK Jena