Advertisment

ପାଲ ଘୋଡ଼ା ଯାଇଥିଲା କାହିଁକି? ଉତ୍ତର ରଖିଲେ ମୁଖ୍ୟଶାସନ ସଚିବ

ମୁଖ୍ୟଶାସନ ସଚିବ ଶ୍ରୀ ଜେନା କହିଛନ୍ତି, ଇନଡୋର ଷ୍ଟାଡିୟମରେ କୌଣସି ଢ଼ାଞ୍ଚାଗତ ତ୍ରୁଟି ହୋଇନାହିଁ। ତେବେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଥିବାରୁ ମହାମହିମଙ୍କ କାର୍ଯ୍ୟକ୍ରମ ପାଇଁ କୌଣସି ଚାନ୍ସ ନେବାକୁ ଚାହିଁନଥିଲୁ।

Cuttack

Cuttack

Advertisment

ପାଲଘୋଡା ଇଣ୍ଡୋର ଷ୍ଟାଡିଅମ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆଜି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ମହାମହିମଙ୍କ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ପାଲ ଘୋଡ଼ାଯାଇଥିଲା ବୋଲି ଶ୍ରୀ ଜେନା କହିଛନ୍ତି।

Advertisment

ମୁଖ୍ୟଶାସନ ସଚିବ ଶ୍ରୀ ଜେନା କହିଛନ୍ତି, ଇନଡୋର ଷ୍ଟାଡିୟମରେ କୌଣସି ଢ଼ାଞ୍ଚାଗତ ତ୍ରୁଟି ହୋଇନାହିଁ। ତେବେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଥିବାରୁ ମହାମହିମଙ୍କ କାର୍ଯ୍ୟକ୍ରମ ପାଇଁ କୌଣସି ଚାନ୍ସ ନେବାକୁ ଚାହିଁନଥିଲୁ। ସେଥିପାଇଁ ଅତିରିକ୍ତ ଲେୟାର୍‌ ଭାବେ ପାଲ ପକା ଯାଇଥିଲା। ବୋଧହୁଏ ପାଲ ଘୋଡା ଯାଇନଥିଲେ କିଛି ଅସୁବିଧା ହୋଇନଥାନ୍ତା। ୧୯୯୯ ମସିହାରେ ତିଆରି ହୋଇଥିବା ଏହି ଷ୍ଟାଡିୟମରେ କୌଣସି ତ୍ରୁଟି ନାହିଁ। ତଥାପି କ୍ରୀଡା ଓ ୱାର୍କ ବିଭାଗ ଏହାକୁ ଅନୁଧ୍ୟାନ କରିବ ବୋଲି ଶ୍ରୀ ଜେନା କହିଛନ୍ତି।

ସୂଚନାରୁ ପ୍ରକାଶ, ଗୁରୁବାର ଇଣ୍ଡୋର ଷ୍ଟାଡିଅମ୍‌ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହୋଇଥିଲା। ଇନଡୋର ଷ୍ଟାଡିୟମର ଛାତ ଉପରେ ଜରିପାଲ ଘୋଡା ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

Advertisment
Cuttack Cuttack Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe