Advertisment

ପୁଅ ୧୭କୁ ଝିଅ ୧୬; ବାହାଘର ପୂର୍ବରୁ ପହଞ୍ଚିଗଲା ପୁଲିସ୍‌

ଆଜି ଉଭୟଙ୍କ ବିବାହ ଭୋଜି ଥିଲା। ସେଥିପାଇଁ ଢ଼ିମାରଗୁଡ଼ି ଗାଁରେ ଆୟୋଜନ କରାଯାଇଥିଲା ଗ୍ରାଣ୍ଡ ଭୋଜି। ସଜେଇ ହୋଇଥିଲା ପୂରା ଘର। ବନ୍ଧୁ ବାନ୍ଧବ ଆସିଥିଲେ। ୧୦୦୦ ଲୋକଙ୍କ ଖାଇବା ପାଇଁ ଭୋଜି ଆୟୋଜନ କରାଯାଇଥିଲା।

ଅଦ୍ୟତନ ହୋଇଛି
Child Marriage

Child Marriage

Advertisment

ନବାଳିକା ପ୍ରେମିକାଙ୍କୁ ଧରି ନିଜ ଘରକୁ ପଳାଇ ଆସିଥିଲେ ନାବାଳକ ପ୍ରେମିକ। ଆଜି ହୋଇଥାଆନ୍ତା ବାହାଘର। ସେଥିପାଇଁ ସଜେଇ ହୋଇଥିଲା ଘର ଓ ଭୋଜି ଭାତର ଆୟୋଜନ କରାଯାଇଥିଲା। ହେଲେ ଉତ୍ସବର ମାହୋଲ ଭିତରେ ଘରେ ପହଞ୍ଚିଲା ପୁଲିସ୍‌। ଯୁକ୍ତିତର୍କ ଭିତରେ ଚମ୍ପଟ ମାରିଲେ ନାବାଳିକା ପ୍ରେମିକ ଓ ପ୍ରେମିକା। ଅନୁଗୋଳ ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ପୂରା ଘଟଣା ଏମିତି। କୋଲିୟରୀ ଥାନା ଦେଉଳବେଡ଼ା ଢ଼ିମାରଗୁଡ଼ି ଗାଁର ୧୭ ବର୍ଷର ପୁଅ ରାଜ୍‌(ଛଦ୍ମନାମ) ବଲାସିଙ୍ଗାଗାଁର ୧୬ ବର୍ଷତ ଝିଅ ପରୀ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ୩ ବର୍ଷର ଥିଲା। ଆଜକୁ ୩ ଦିନ ତଳେ ପରୀଙ୍କୁ ସାଥୀରେ ଧରି ନିଜ ଘରକୁ ନେଇ ଆସିଥିଲେ ରାଜ୍‌। ପରୀଙ୍କ ପରିବାର ଲୋକେ ଜାଣିବା ପରେ ଉଭୟଙ୍କ ବାହାଘର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। 

ଆଜି ଉଭୟଙ୍କ ବିବାହ ହୋଇଥାଆନ୍ତା। ସେଥିପାଇଁ ଢ଼ିମାରଗୁଡ଼ି ଗାଁରେ ଆୟୋଜନ କରାଯାଇଥିଲା ଗ୍ରାଣ୍ଡ ଭୋଜି। ସଜେଇ ହୋଇଥିଲା ପୂରା ଘର। ବନ୍ଧୁ ବାନ୍ଧବ ଆସିଥିଲେ। ୧୦୦୦ ଲୋକଙ୍କ ଖାଇବା ପାଇଁ ଭୋଜି ଆୟୋଜନ କରାଯାଇଥିଲା। ଚିକେନ୍‌, ମଟନ୍‌, ମାଛ ସାଙ୍ଗକୁ ଅନ୍ୟାନ୍ୟ ବ୍ୟଞ୍ଜନ ଆଦି ପ୍ରସ୍ତୁତି ସରିଥିଲା। ବର ଓ ବଧୂଙ୍କ ପାଇଁ ବନ୍ଧା ଯାଇଥିଲା ସ୍ୱତନ୍ତ୍ର ଷ୍ଟେଜ୍‌। ବିବାହ ଭୋଜିରେ ମହମହ ବାସୁଥିଲା ପରିବେଶ। ସମସ୍ତେ ମସ୍‌ଗୁଲ୍‌ ଥିଲେ। ହେଲେ ଏହି ବାହାଘରକୁ ନାପସନ୍ଦ କରୁଥିଲେ ଗାଁ ଲୋକ।

Advertisment

ମଧ୍ୟାହ୍ନ ଭୋଜି ଖାଇବାକୁ କିଛି ଗାଁ ଲୋକ ମଧ୍ୟ ଆସିଥିଲେ। ଠିକ୍‌ ସେହି ସମୟରେ ପୁଲିସ୍‌ ଫୋର୍ସ ସହ ତାଳଚେର ସିଡିପିଓ ପ୍ରମୋଦିନୀ ତ୍ରିପାଠୀ ସେଠାରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ବିବାହ ସମ୍ପର୍କରେ ପଚାରିଥିଲେ। ଉଭୟଙ୍କ ବିୟସ ବିଷୟରେ ପଚାରିଥିଲେ ସିଡିପିଓ। ହେଲେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ପରିବାର ଲୋକ। ଯେଉଁଥିପାଇଁ ବିବାହକୁ ବନ୍ଦ କରିଥିଲେ ସିଡିପିଓ। ଏହାକୁ ନେଇ ଉଭୟ ପରିବାର ଲୋକ ଓ ସିପିପିଓଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ନାବାଳିକା ବର ଓ ବଧୂ ଚମ୍ପଟ ମାରିଥିଲେ। ହେଲେ ଖାଲି ହାତରେ ଫେରିଛି ପୁଲିସ୍‌। ଉପର ପରିବାର ଲୋକଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ରିପୋର୍ଟ- ତାଳଚେରରୁ ମିଲନ ମହାରଣା

Angul Child Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe