ଓଏଏସ୍ ବଦଳି: ଚିତ୍ତରଞ୍ଜନ ପାତ୍ର ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ପାତ୍ରଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବରିଷ୍ଠ ଓଏଏସ୍ ଦିଲ୍ଲୀପ କୁମାର ପରିଡ଼ାଙ୍କୁ ଅବସ୍ଥାପିତ କରାଯାଇଛି ।

Loka Seva Bhavan

  • Published: Saturday, 09 December 2023
  • , Updated: 09 December 2023, 07:31 PM IST

ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ପାତ୍ରଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବରିଷ୍ଠ ଓଏଏସ୍ ଦିଲ୍ଲୀପ କୁମାର ପରିଡ଼ାଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କର ଓ ଯୁଗ୍ମସଚିବ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କୁ ଯଥାକ୍ରମେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ କୋରାପୁଟସ୍ଥିତ ଯୁଗ୍ମ କେବିକେ ପ୍ରଶାସକ ଭାବେ ବଦଳି ହୋଇଛି । ସେହିପରି ଗଜପତି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ନୀଳମାଧବ ମାଝୀଙ୍କୁ ଗଞ୍ଜାମ ଜିଲ୍ଲା ଅତରିକ୍ତ ଉପଜିଲ୍ଲାପାଳ ଭାବେ ଛତ୍ରପୁରକୁ ବଦଳି କରାଯାଇଛି ।

Related story