Advertisment

ସିଜେ ଭେନୁଗୋପାଳ ରାଜସ୍ୱ ପର୍ଷଦ ସଦସ୍ୟ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୭ ବ୍ୟାଚ୍ ଆଇଏଏସ୍ ଆରକେ ଶର୍ମା ଅଗଷ୍ଟ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେଇଛନ୍ତି ।

ଅଦ୍ୟତନ ହୋଇଛି
IAS

IAS

Advertisment

୧୯୮୮ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ସିଜେ ଭେନୁଗୋପାଳଙ୍କୁ ଓଡ଼ିଶା ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେ ନିଜ ଦାୟିତ୍ୱ ସହ ଏହି ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୭ ବ୍ୟାଚ୍ ଆଇଏଏସ୍ ଆରକେ ଶର୍ମା ଅଗଷ୍ଟ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ଶ୍ରୀ ଶର୍ମା ରାଜସ୍ୱ ପର୍ଷଦ ସଦସ୍ୟ ସମେତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

ଶ୍ରୀ ଶର୍ମା ଚାକିରିରୁ ଅବସର ନେବାପରେ ତାଙ୍କ ସ୍ଥାନରେ ଶ୍ରୀ ଭେନୁଗୋପାଳଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଭେନୁଗୋପାଳ ଏବେ କେବିକେ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି ଓ ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିଶନରର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି।

Advertisment

ସେହିପରି ୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ଗର୍ଗ ଏବେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Odisha Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe