Advertisment

ମହାପ୍ରଭୁଙ୍କ ଆଗରେ ୨ ସେବାୟତ ମାର୍‌ପିଟ୍‌, ନୀଳଚକ୍ରରେ ବନ୍ଧା ହେଲାନି ବାନା

ମହାପ୍ରଭୁଙ୍କ ଆଗରେ ଉଭୟଙ୍କ ଭିତରେ ଠେଲାପେଲା ଓ ମାରଧର ହୋଇଥିଲା। ମାରଧର ଭିତରେ ସାରଦା ମହାନ୍ତିଙ୍କ ସୁନା ଚେନ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ସୋମନାଥଙ୍କ ବାପା ମଧ୍ୟ ଆଣିଛନ୍ତି ସଙ୍ଗୀନ ଅଭଯୋଗ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Puri

କୋଟି ଓଡ଼ିଆ ମଉଡମଣୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ। ଜଗତର ହର୍ତ୍ତା କର୍ତ୍ତାଙ୍କ ଆଖି ଆଗରେ ଆଜି ଦୁଇ ସେବାୟତ ହୋଇଛନ୍ତି ହାତାହାତି। ବାନା ବିକ୍ରିକୁ ନେଇ ଉଭୟଙ୍କ ଭିତରେ ମାର୍‌ପିଟ୍‌ ହୋଇଛି। ଯେଉଁଥିପାଇଁ ଶ୍ରୀମନ୍ଦିରର ନୀଳଚକ୍ରରେ ବନ୍ଧା ହୋଇପାରିନି ବାନା। ସେପଟେ ସିଂହଦ୍ୱାର ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ହୋଇଛି।

Advertisment

ଆଜି ଅପରାହ୍ନରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖ ନାଟ ମଣ୍ଡପ ଓ ଗରୁଡ଼ ସ୍ତମ୍ଭର ମଝିରେ ମେକାପ ସେବାୟତ ସୋମନାଥ ମେକାପ ବାନା ବିକୁ ଥିବା ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରିଥିଲେ ଚୁନରା ସେବାୟତ ସାରଦା ମହାନ୍ତି। କିନ୍ତୁ ସୋମନାଥ ନଶୁଣି ତାଙ୍କ ଜେଜମାନଙ୍କୁ ବାନା ଦେଉଥିଲେ। ଯେଉଁଥିପାଇଁ ସୋମନାଥଙ୍କଠାରୁ ବାନା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଥିଲେ ସାରଦା ମହାନ୍ତି। ସେ ବାନା ବ୍ୟାଗକୁ ଛଡ଼ାଇ ନେଇ ଗାରଦ ଅଭିମୁଖେ ଯାଉଥିବା ବେଳେ ବିରୋଧ କରିଥିଲେ ସୋମନାଥ। ଏହା ପରେ ଆରମ୍ଭ ହୋଇଥିଲା ମହାଭାରତ।

ମହାପ୍ରଭୁଙ୍କ ଆଗରେ ଉଭୟଙ୍କ ଭିତରେ ଠେଲାପେଲା ଓ ମାରଧର ହୋଇଥିଲା। ମାରଧର ଭିତରେ ସାରଦା ମହାନ୍ତିଙ୍କ ସୁନା ଚେନ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ସୋମନାଥଙ୍କ ବାପା ମଧ୍ୟ ଆଣିଛନ୍ତି ସଙ୍ଗୀନ ଅଭଯୋଗ। ସୋମନାଥଙ୍କ ବେକରେ ପଡ଼ିଥିବା ସୁନା ଚେନ୍‌ ଓ କାନରେ ଥିବା ନୁଳ ଚୋରି ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ଉଭୟଙ୍କୁ ଥାନାକୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରୁଛି।

Advertisment

ଶ୍ରୀମନ୍ଦିର ଭିତରେ ୨ ସେବାୟତ ଗଣ୍ଡଗୋଳ ଯୋଗୁ ନୀଳଚକ୍ରରେ ଏ ପର୍ଯ୍ୟନ୍ତ ବାନା ବନ୍ଧା ହୋଇନି। ଚୁନରା ସେବାୟତମାନେ ବାନା ବାନ୍ଧିଲେ ନାହିଁ। ଦାବି ପୂରଣ ନହେବା ଯାଏଁ ବାନା ବନ୍ଧିବେ ନାହିଁ ବୋଲି ଚୁନରା ସେବାୟତମାନେ ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଛନ୍ତି। ଏହାକୁ ନେଇ ଅଡୁଆରେ ପଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପକ୍ଷରେ ଦୁଇ ସେବାୟତଙ୍କ କଳି ଯୋଗୁ ନୀଳଚକ୍ରରେ ବାନା ବନ୍ଧା ହେଉନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Puri Shreemandir Puri