Advertisment

ରାଜନୈତିକ ରାଲିରେ ସାମିଲ ହେବା ମହଙ୍ଗା ପଡ଼ିଲା; ନିଲମ୍ବିତ ହେଲେ କିରାଣି

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ପୁଣି ଜଣେ କିରାଣୀ ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ହାଇସ୍କୁଲ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Clerk Suspend

Clerk Suspend

Advertisment

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ପୁଣି ଜଣେ କିରାଣି ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ହାଇସ୍କୁଲ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ ହୋଇଛନ୍ତି।

Advertisment

ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସେ ସାମିଲ ହୋଇଥିବା ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ତଦନ୍ତ ପରେ ସଂପୃକ୍ତ କିରାଣିଙ୍କୁ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ।

ବାରମ୍ବାର ତାଗିଦ ସତ୍ତ୍ୱେ ବୌଦ୍ଧ ଜିଲ୍ଲାରେ ଜଣଙ୍କ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେଉଥିବା ଦେଖାଯାଉଛି । ପୂର୍ବରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବା ବେଳେ, ଆଉ ଜଣେ ଶିକ୍ଷକଙ୍କର ବଦଳି ହୋଇଛି ।

Advertisment

ଏହାବାଦ କଟକ ଜିଲ୍ଲା ନରସିଂହପୁରରେ ମଧ୍ୟ ଜଣେ କଲେଜ ଅଧ୍ୟାପକଙ୍କ ବିରୋଧରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ଆସିଛି। ଏକ ରାଜନୈତିକ ଦଳର ସଭାରେ ଚମ୍ପେଶ୍ୱର ଚମ୍ପାନାଥ କଲେଜର ଅଧ୍ୟାପକ ମଧୁସୂଦନ ନାୟକ ଯୋଗ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ଉପଜିଲ୍ଲାପାଳ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।

ସେପଟେ ଏନେଇ ପ୍ରତିକ୍ରିୟା ରଖି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କଥା ସ୍ୱୀକାର କରିଛନ୍ତି ସଂପୃକ୍ତ ଅଧ୍ୟାପକ। ତେବେ ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Boudh Suspend;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe