Advertisment

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ୍‌, ରହିବେ ୧୧୯୦ ସୁରକ୍ଷାକର୍ମୀ

ଶ୍ରୀମନ୍ଦିରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ସୁବିଧା ସୁଯୋଗ ଯୋଗାଇ ଦେବେ ଏହି ସ୍ୱତନ୍ତ୍ର ବାଟାଲିୟନ। ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ ଓ ନିୟନ୍ତ୍ରଣରେ ଏହି ବାଟାଲିୟନ୍‌ ମୁତୟନ ହେବେ।

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ। ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ। ଶ୍ରୀମନ୍ଦିରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ସୁବିଧା ସୁଯୋଗ ଯୋଗାଇ ଦେବେ ଏହି ସ୍ୱତନ୍ତ୍ର ବାଟାଲିୟନ। ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ ଓ ନିୟନ୍ତ୍ରଣରେ ଏହି ବାଟାଲିୟନ୍‌ କାର୍ଯ୍ୟ କରିବ।

Advertisment

କୋଟି ଓଡ଼ିଆର ଆରାଧ୍ୟ ଦେବତା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଆଶୀର୍ବାଦ ପାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଧାଇଁ ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀକ୍ଷତ୍ରରେ ପ୍ରତିଦିନ ପ୍ରବଳ ଜନସମାଗମ ହେଉଛି। ଯାହାକୁ କଣ୍ଟ୍ରୋଲ୍‌ କରିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ କାଠିକର ପାଠ ହେଉଛି। ଯେଉଁଥିପାଇଁ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। କେତେବେଳେ ଠେଲାପେଲାରେ ଶ୍ରଦ୍ଧାଳୁମାନେ ଅଚେତ ହୋଇ ତଳେ ପଡ଼ିଯାଉଛନ୍ତି ତ ଆଉ କେତେବେଳେ ଢ଼ିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ କିଏ ଶ୍ରୀମନ୍ଦିର ଭିତରେ ପଶି ଯାଉଛି। ସ୍ୱତନ୍ତ୍ର ବାଟାଲିୟନ ହେବା ଦ୍ୱାରା ଏଥିରୁ ମୁକ୍ତି ମିଳିବ ବୋଲି ଆଲୋଚନା ହେଉଛି। 

Sri Jagannath Lord Jagannath Puri Puri Shreemandir