Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାବୁଲିଙ୍କ ପାଖରେ ପହଞ୍ଚିଲା ମେଡ଼ିକାଲ୍‌ ଟିମ୍‌

ଚାନ୍ଦବାଲି ମାଧପୁର ଗାଁର ୧୪ ବର୍ଷୀୟ ବାବୁଲି ବାରିକ। ଗତ କିଛି ବର୍ଷ ହେଲା ସେ ସ୍ନାୟୁଗତ ଜଟିଳ ରୋଗରେ ପୀଡ଼ିତ ଥିଲେ। ଗରିବ ପରିବାରରେ ହୋଇଥିବାରୁ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନଥିଲେ।

author-image
Manoranjan Sial
Bhadrak

Bhadrak

ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଥିଲେ ୧୪ ବର୍ଷର ବାଳକ ବାବୁଲି ବାରିକ। ହେଲେ ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁନଥିଲେ। ସୋଶାଲ ମିଡ଼ିଆ ଓ ଗଣମାଧ୍ୟମରେ ତାଙ୍କର କୋହଭରା ଭିଡ଼ିଓ ଦେଖି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହା ପରେ ତତ୍ପର ହୋଇଛି ପ୍ରଶାସନ। ଗାଁରେ ପହଞ୍ଚି ବାବୁଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି।

Advertisment

ଚାନ୍ଦବାଲି ମାଧପୁର ଗାଁର ୧୪ ବର୍ଷୀୟ ବାବୁଲି ବାରିକ। ଗତ କିଛି ବର୍ଷ ହେଲା ସେ ସ୍ନାୟୁଗତ ଜଟିଳ ରୋଗରେ ପୀଡ଼ିତ ଥିଲେ। ଗରିବ ପରିବାରରେ ହୋଇଥିବାରୁ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନଥିଲେ। ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଅନ୍ୟ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ତା’ପରେ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଟିମ୍‌ ବାବୁଲିଙ୍କ ଗାଁରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ନେବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ଜଣାପଡ଼ିଛି।

Advertisment
Bhadrak Hospital Mohan Charan Majhi Bhadrak Cmo Of Odisha