Advertisment

ଚଟାଣରେ ବସି ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ସେ ପ୍ରଥମ ଥର ପାଇଁ ନିଜ ଗାଁକୁ ଯାଇଥିଲେ।

ଅଦ୍ୟତନ ହୋଇଛି
CM

CM

Advertisment

ଗତକାଲିଠାରୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ଜନ୍ମମାଟି ରାଇକଳାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ନିଜ ଗାଁକୁ ଯାଇଥିଲେ। ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମବାସୀ। ନିଜ ଘରେ ପହଞ୍ଚିବା ପରେ ତାଙ୍କୁ ବନ୍ଦାପନା କରି ପାଛୋଟି ନେଇଥିଲେ ପରିବାର ଲୋକେ। ଘରେ ସେ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନରେ ପଖାଳ ଖାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଟାଣରେ ବସି ବେଶ୍‌ ଆନନ୍ଦର ସେ ପଖାଳ ଖାଇଥିଲେ। ତାଙ୍କ ବଡ଼ ମା’ ତାଙ୍କୁ ଖୁଆଇ ଦେଇଥିଲେ।    

Advertisment

ଘରେ ମଧ୍ୟାହ୍ନ ଭୋଜନ କରିବା ପରେ ରାଇକଳା ଗାଁରେ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ ପୂର୍ବର ବିଜେଡି ସରକାର ଉପରେ ବର୍ଷିଥିଲେ। ସେ କହିଥିଲେ, ପୂର୍ବରୁ ଏଭଳି ଶାସନ ଚାଲୁଥିଲା ଯେ ସେଥିରେ ଆମକୁ ସନ୍ତୁଷ୍ଟ ଲାଗୁନଥିଲା। ବିକାଶର ଧାରା ଠିକ୍ ଭାବେ ଯାଉ ନଥିଲା। ମାଆମାନଙ୍କୁ ସମ୍ମାନ ମିଳୁନଥିଲା। ଗରିବଙ୍କ ବିକାଶ ହେଉ ନଥିଲା। ଯୋଜନା ହେଉଥିଲା ମାତ୍ର ସେଥିରେ ନିର୍ଦ୍ଦିଷ୍ଟ ଠିକାଦାରମାନଙ୍କୁ ପୋଷା ଯାଉଥିଲା ବୋଲି କହି ପୂର୍ବ ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ। 

ସୂଚନାଯୋଗ୍ୟ, ରାଇକଳାରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ଝୁମ୍ପୁରା ବ୍ଲକ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବ୍ଲକ ଛକଠାରୁ ଦୁର୍ଗା ପଡ଼ିଆ ପର୍ଯ୍ୟନ୍ତ ସେ ରୋଡ୍ ଶୋ’ କରିଥିଲେ। ସେଠାରୁ ଗାଁକୁ ଫେରି ନିଜ ଘରକୁ ଯାଇଥିଲେ ଓ ମଧ୍ୟାହ୍ନ ଭୋଜନ କରିଥିଲେ। 

Advertisment

Mohan Charan Majhi Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe