Advertisment

ପୂଜା ମଣ୍ଡପମାନଙ୍କୁ ବଡ଼ ଭେଟି; ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

CM At Puja Mandap

CM At Puja Mandap

Advertisment

ଶାରଦୀୟ ଦୁର୍ଗା ପୂଜା ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ପୂଜା ମଣ୍ଡପମାନଙ୍କୁ ଦେଇଛନ୍ତି ପୂଜା ଭେଟି । ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। 

Advertisment

ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଗଲା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫଳରେ ଆଉ ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ନିମନ୍ତେ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ଆଜି ମହାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ବିଭିନ୍ନ ମେଢ ବୁଲିବାର କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ପ୍ରଥମେ ସେ ଓଲଡ ଟାଉନର ପାଟଣାସାହି ପୂଜା ମଣ୍ଡପରେ ପହଞ୍ଚିଛନ୍ତି। ସେଠାରେ ସେ ମା’ଙ୍କ ଆର୍ଶିବାଦ ନେବା ସହ ରାଜ୍ୟବାସୀଙ୍କ ଶୁଭ ମନାସୀଛନ୍ତି।

Advertisment

ଆଜି ମୁଖ୍ୟମନ୍ତ୍ରୀ ରାଜଧାନୀରେ ପ୍ରାୟ ୧୦ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଭାଗୀୟ ମନ୍ତ୍ରୀ ବି ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। 

Durga Puja CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe