Advertisment

ଆଜି ଆରମ୍ଭ ହେବ ସିଏମ କିଷନ ଯୋଜନା, ଚାଷୀ ପାଇବେ ୪ ହଜାର

ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା।

cm kisan yojana

cm kisan yojana

Advertisment

ଚାଷୀଙ୍କୁ ନୂଆଁଖାଇ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା। ଆଜି ଅପରାହ୍ନରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ଖରିଫ ଓ ରବି ଋତୁ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ଏହି ଟଙ୍କା ମିଳିବ। ଏ ନେଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ସୋଶାଲ ମିଡିଆରେ ସୂଚନା ଦିଆଯାଇଛି। ଚାଷୀଙ୍କୁ ଏହି ଆର୍ଥିକ ସହୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଏହା ପୂର୍ବରୁ ବିଜେଡି ସରକାର ଅମଳରେ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲା। ଯୋଗ୍ୟତା ଥାଇ ମଧ୍ୟ ପିଏମ୍ କିଷାନ ଯୋଜନାରୁ ରାଜ୍ୟରେ ବାଦ୍ ପଡ଼ିଥିବା ସମସ୍ତ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାରେ ସାମିଲ କରାଯିବ ବୋଲି ନିକଟରେ କୃଷି ମନ୍ତ୍ରୀ କେଭି ସିଂହଦେଓ ବିଧାନସଭାରେ ସୂଚନା ଦେଇଥିଲେ।

Advertisment

ନୂଆଁଖାଇ ଅବସରରେ ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନରେ ସେ ସମ୍ବଲପୁରରେ ପହଞ୍ଚି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ।

 ନିଜ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମା’ ସମଲେଇଙ୍କ ଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସିଏମଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ସହ ସ୍ୱତନ୍ତ୍ର ଆୟୋଜନ ହୋଇଛି।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe