Advertisment

ହରଘର ତ୍ରିରଙ୍ଗା ଅଭିଯାନ: ଏବର୍ଷ ଅଧିକ ୧୦ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲେ ମିଶନଶକ୍ତି ମା’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ହରଘର ତ୍ରିରଙ୍ଗା’ ପଦଯାତ୍ରା ଆସନ୍ତାକାଲି ସକାଳ ୯ଟା ସମୟରେ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଭଜନମଣ୍ଡପଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

author-image
Manoj Swain
‘Har Ghar Tiranga’ campaign in Odisha

‘Har Ghar Tiranga’ campaign in Odisha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପୀ ପାଳିତ ହେଉଥିବା ‘ହରଘର ତ୍ରିରଙ୍ଗା’ ଅଭିଯାନରେ ମିଶନଶକ୍ତି ମହିଳାମାନେ ଚଳିତବର୍ଷ ୫୪ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି । ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୧୦ଲକ୍ଷ ଅଧିକ । ମିଶନଶକ୍ତି ବିଭାଗର ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ହରଘର ତ୍ରିରଙ୍ଗା ପାଇଁ ତ୍ରିରଙ୍ଗା ପ୍ରସ୍ତୁତି କେବଳ ଏକ ଦାୟିତ୍ୱର ସୁପରିଚାଳନା ନୁହେଁ ବରଂ ଆତ୍ମନିର୍ଭର ଭାରତର ଆତ୍ମନିର୍ଭରଶୀଳ ମହିଳାମାନଙ୍କ ପରିଚୟ । ଦେଶ ପାଇଁ ଶ୍ରଦ୍ଧା ଓ ସମର୍ପଣ ସହିତ ପ୍ରସ୍ତୁତ ଏହି ତ୍ରିରଙ୍ଗାରେ ଓଡ଼ିଶାର ହଜାର ହଜାର ମହିଳାଙ୍କ ସ୍ୱପ୍ନ ଓ ଆକାଂକ୍ଷା ଅନ୍ତର୍ନିହିତ ହୋଇଛି ।

Advertisment

ସେହିପରି ମିଶନଶକ୍ତି ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ସ୍ୱାଧୀନତା ଦିବସ ଉପଲକ୍ଷେ ମିଶନଶକ୍ତି ମହିଳା ସଦସ୍ୟାମାନେ ଏଥର ମଧ୍ୟ ନିଜ କୌଶଳ,ଦକ୍ଷତା ଓ ଦେଶପ୍ରତି ଥିବା ଦୃଢ଼ ସମର୍ପଣ ଭାବ ଯୋଗୁ ଚଳିତବର୍ଷ ୫୪ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି । ଅଗଷ୍ଟ ମାସ ସୁଦ୍ଧା ଏହି ସମସ୍ତ ତ୍ରିରଙ୍ଗା ବଂଟନ ନିମନ୍ତେ ହସ୍ତାନ୍ତର କରାଯିବ । ୨୦୨୨ ମସିହାରେ ପ୍ରଥମଥର ପାଇଁ ମିଶନଶକ୍ତି ଗୋଷ୍ଠୀ ଓ ଭତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କୁ ୩୦ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିବାର ଦାୟିତ୍ୱ ରାଜ୍ୟ ସରକାର ଦେଇଥିଲେ । ଯାହାକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସେମାନେ ପ୍ରସ୍ତୁତ କରି ଦେଇଥିଲେ । ୨୦୨୩ ମସିହାରେ ମଧ୍ୟ ମିଶନଶକ୍ତି ମା’ମାନେ ୪୪.୨ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଥିଲେ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ହରଘର ତ୍ରିରଙ୍ଗା’ ପଦଯାତ୍ରା ଆସନ୍ତାକାଲି ସକାଳ ୯ଟା ସମୟରେ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଭଜନମଣ୍ଡପଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ହରଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଭାରତୀୟ ପରିବାରକୁ ଅଗଷ୍ଟ ୯ରୁ ୧୫ତାରିଖ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ।

Advertisment
Odisha