Advertisment

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ ସହାୟତା

ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ଇନପୁଟ୍ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଟଙ୍କା MSP ସହିତ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ଇନପୁଟ୍ ସହାୟତା ଚାଷୀଙ୍କ ଖାତାକୁ ଯାଇଛି।

CM Mohan Mahi at Sohela

CM Mohan Mahi at Sohela

Advertisment

କ୍ଷମତାକୁ ଆସିବାର ୬ ମାସ ଭିତରେ ମୋହନ ସରକାର ପୂରଣ କଲେ ଆଉ ଏକ ପ୍ରତିଶ୍ରୁତି। ଚାଷୀଙ୍କ ଖାତାକୁ ଗଲା ୮ଶହ ଟଙ୍କା ଲେଖାଏଁ ଇନପୁଟ୍ ସହାୟତା। ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ଇନପୁଟ୍ ସହାୟତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଟଙ୍କା MSP ସହିତ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ଇନପୁଟ୍ ସହାୟତା ଚାଷୀଙ୍କ ଖାତାକୁ ଯାଇଛି।

Advertisment

ବରଗଡ଼ ସୋହେଲାରେ ଆୟୋଜିତ ଏହି ସମାବେଶରେ ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରି ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର ଏହି ସୋହେଲାରେ ୧୦୦ ଟଙ୍କା ବୋନସ୍ ଦେବାକୁ କହିଥିଲେ। ୨୦୧୬ରେ ସେମାନେ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା। ତେଣୁ ଆମେ ସେହି ସୋହେଲାରେ ୮୦୦ ଟଙ୍କା ଇନପୁଟ୍ ସହାୟତା ଦେଲୁ। ଆମ ସରକାର ବର୍ଦ୍ଧିତ ରାଶି ଦେବାପରେ ଈର୍ଷାରେ ଜଳୁଛନ୍ତି ବିଜେଡି ନେତା। ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି କରି ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପୂରଣ କରି ଦେଖାଉଛୁ। ସରକାର ଗଠନ ହେବାର ଘଣ୍ଟାଏ ମଧ୍ୟରେ ୪ ପ୍ରତିଶ୍ରୁତି ଦେଇଥିଲୁ। ଧାନର MSP ୨୩୦୦ ଟଙ୍କା ସହ ୮୦୦ ଇନପୁଟ୍ ସହାୟତା ଦେବୁ କହିଥିଲୁ। ଆଜିଠାରୁ ଯେଉଁ ଚାଷୀ ଧାନ ବିକିବେ ୪୮ ଘଣ୍ଟାରେ ୩୧ ଶହ ପାଇବେ। ସେହିଭଳି ପୂର୍ବ ସରକାର ଦଲାଲମାନଙ୍କୁ ସହାୟତା କରୁଥିଲେ ଏବଂ କେବଳ ଭୋଟବ୍ୟାଙ୍କ ପାଇଁ ରାଜନୀତି କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଦଲାଲଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯିଏ ଚାଷୀଙ୍କ ସହ ଦଲାଲି କରିବ ତାକୁ ସିଧା ଜେଲରେ ପୂରାଯିବ।

Advertisment
Msp Paddy Procurement CM Mohan Majhi Input Assistance To Farmer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe