Advertisment

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ ୮ଟି ଦାବି ରଖିଲା ଓଡ଼ିଶା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ। ୨୦୨୫-୨୬ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅଧିକ ପାଣ୍ଠି ଆବଂଟନ ପାଇଁ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଦ୍ୟତନ ହୋଇଛି
undefined

Mohan Majhi

Advertisment

ଆସନ୍ତା ୨୦୨୫-୨୬ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ଅଧିକ ପାଣ୍ଠି ଆବଂଟନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାବି ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେରଠାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ ୮ଟି ଦାବି ଉପସ୍ଥାପନ କରିଛନ୍ତି। ଏହି ଦାବିଗୁଡ଼ିକୁ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ୨୦୨୫-୨୬ କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏକ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ସେଥିରେ ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା ୨୦୨୫-୨୬(ଏସଏସିଆଇ) ଅଧୀନରେ ରାଜ୍ୟକୁ ଅଧିକ ଆବଂଟନ, ଓଡ଼ିଶାରେ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅର୍ଥନୀତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଗୋପାଳପୁର(ଲୁଣ ଖଳା) ଓ ଝାରସୁଗୁଡ଼ା ପାଇଁ ନୂଆ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ ଗଠନ ପାଇଁ ପ୍ରସ୍ତାବ, ଓଡ଼ିଶାରେ ନିବେଶକୁ ପ୍ରୋତ୍ସାହନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା, ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୧୦ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍, ଆସନ୍ତା ଗ୍ରୀଷ୍ମପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ ପ୍ରକଳ୍ପ ସମାପ୍ତ କରିବା ଓ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଜଳଜୀବନ ମିଶନ(ଜେଜେଏମ) ଅଧୀନରେ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା, ଓଡ଼ିଶାର ଲୋକମାନଙ୍କର ନୂତନ ସରକାରଠାରୁ ଉଚ୍ଚ ଆଶା ପୂରଣ ଦିଗରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଭିତ୍ତିଭୂମିରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା, ଆକାଂକ୍ଷା ବ୍ଳକ୍ ପ୍ରୋଗ୍ରାମ ଅନ୍ତର୍ଗତ ପୂର୍ବରୁ ଅନୁମୋଦିତ ୨୯ଟି ବ୍ଲକ୍ ବ୍ୟତୀତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆଉ ୧୧ଟି ବ୍ଲକକୁ ଅନ୍ତର୍ଭୁକ୍ତ କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି।

ଆଜିର ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ଅର୍ଥ ସଚିବ ଶାଶ୍ୱତ ମିଶ୍ର ମଧ୍ୟ ଯୋଗ ଦେଇଥିଲେ।

Advertisment
Bjp Nirmala Sitharaman CM Mohan Majhi More Fund To Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe