ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୀଡ଼ିତା, କହିଲେ- ସବୁ ଅନୁରୋଧ ରଖିଛନ୍ତି ସରକାର

 ଆଲୋଚନା ସକାରାତ୍ମକ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ସବୁ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୀଡ଼ିତାଙ୍କ ବାପା।

cm meeting with victim & family

ମୁଖ୍ୟମନ୍ତ୍ରୀ ପୀଡ଼ିତା ଓ ତାଙ୍କ ପରିବାର ସହ ଆଲୋଚନା କରୁଛନ୍ତି।

Niharika Rout
  • Published: Monday, 23 September 2024
  • Updated: 23 September 2024, 01:10 PM IST

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେଡି ମଧ୍ୟ ଆସନ୍ତାକାଲି ପାଇଁ ଦେଇଥିବା ହରତାଳ ଡାକରାକୁ ପ୍ରତ୍ୟାହାର କରିଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ।  

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଭରତପୁର ଥାନା ଘଟଣାର ପୀଡ଼ିତା ବେଶ୍‌ ସନ୍ତୁଷ୍ଟ ଅଛନ୍ତି।  ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା, ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଥିବା ସେ କହିଛନ୍ତି। ଏଥିନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Also Read

ଏହି ସମୟରେ ପୀଡ଼ିତାଙ୍କ ବାପା ବି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଆମ ଅନୁରୋଧ ରଖି ସାକ୍ଷାତ କରିବାକୁ ସମୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଦୁଇ ଦିନ ପୂର୍ବେ ପୁଲିସ୍‌ ଅଧିକାରୀମାନେ ୟୁନିଫର୍ମ ପିନ୍ଧି ପ୍ରତିବାଦ ଜଣାଇଥିବାରୁ ଏହି ତଦନ୍ତ ନିରପେକ୍ଷ ହେବ କି ନାହିଁ ମନରେ ସନ୍ଦେହ ଥିଲା। ତେଣୁ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲୁ। ମୁଖ୍ୟମନ୍ତ୍ରୀ ଆମର ଏହି ଦାବିକୁ ମାନି ନେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ତଦନ୍ତ ରିପୋର୍ଟରେ ସତ ଉନ୍ମୋଚନ ହେବ ବୋଲି ବିଶ୍ୱାସ ଥିବା ବି ସେ କହିଛନ୍ତି।

ଏଥିସହ ଯେଉଁମାନେ ଝିଅର ଭିଡିଓ ସୋଶାଲ ମିଡିଆରେ ଛାଡ଼ୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୀଡ଼ିତାଙ୍କ ବାପା।

ଝିଅ ରେଷ୍ଟୁରାଣ୍ଟ ଚଳାଉଥିବାରୁ ସବୁବେଳେ ରାତିରେ ଘରକୁ ଫେରେ। ତେଣୁ ଏହାକୁ ନେଇ ଭବିଷ୍ୟତରେ ଯେପରି କୌଣସି ସମସ୍ୟା ନ ଉପୁଜେ ତାହା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ପୀଡ଼ିତାଙ୍କ ବାପା। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତର ସହ ବିଚାରକୁ ନେଇଛନ୍ତି।

ଭବିଷ୍ୟତରେ ରାତିରେ ରାଜଧାନୀ ଯେପରି ମହିଳାଙ୍କ ପାଇଁ ଅସୁରକ୍ଷିତ ନ ରୁହେ ସେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିନିମନ୍ତେ ରାଜଧାନୀର ଗଳିକନ୍ଦି ଓ ନିଛାଟିଆ ସ୍ଥାନରେ ଅଧିକରୁ ଅଧିକ ପୁଲିସ୍‌ ଭ୍ୟାନ୍‌ ପାଟ୍ରୋଲିଂ କରିବ । ଫଳରେ ରାତି ୨ଟାରେ ବି ଜଣେ ମହିଳା ଘରୁ ବାହାରି ବିନା ଭୟରେ ଯାତାୟତ କରି ପାରିବ ବୋଲି ସେ କହିଛନ୍ତି।

ଏହି ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ପୀଡ଼ିତା ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତା ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ନ୍ୟାୟ ପାଇବେ ତାହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି।    ସମଗ୍ର ଦେଶରେ ଏହା ଏକ ଏପରି ମାମଲା ଯେଉଁଥିରେ ଦୁଇ ଦୁଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ପଟେ ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ କରାଯାଉଛି। ଯେଉଁ ଥାନାରେ ସିସିଟିଭି ନାହିଁ ସେଠାରେ ତୁରନ୍ତ ସିସିଟିଭି ଲଗାଯିବ ।

 ବିଜେଡି ଏହି ଘଟଣାକୁ ରାଜନୀତିର ରଙ୍ଗ ଦେବାକୁ ଚେଷ୍ଟା କରୁଥିବା ନେଇ ଦୃଷ୍ଟି ଆକର୍ଷଣ ପରେ ମନ୍ତ୍ରୀ କହିଛନ୍ତି,  ବିଜେଡି ସରକାରରେ ଏପରି ଅସଂଖ୍ୟ ଘଟଣା ଘଟିଛି। ପ୍ରତି ଘଟଣାରେ ରାଜ୍ୟ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଥିଲେ। ଆଜି ଯେପରି ସେମାନେ ତତ୍ପରତା ପ୍ରକାଶ କରୁଛନ୍ତି, ନିଜେ ଶାସନରେ ଥିବା ବେଳେ ୫% ତତ୍ପରତା ଦେଖାଇଥିଲେ ବହୁ ସମସ୍ୟାର ସମାଧାନ ହୋଇ ପାରିଥାନ୍ତା। ତେଣୁ ସେମାନଙ୍କର ଏପରି କୁମ୍ଭୀର କାନ୍ଦଣାକୁ ଲୋକେ ଛଳନା ଓ ହାସ୍ୟାସ୍ପଦ ବୋଲି ଭାବୁଛନ୍ତି।

ଭରତପୁର ଥାନାରେ ସେପ୍ଟେମ୍ବର ୧୫ତାରିଖ ରାତିରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ ଅତ୍ୟାଚାର ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ସେପ୍ଟେମ୍ବର ୧୭ତାରିଖରେ ଜାତୀୟ ମହିଳା କମିଶନ  ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ୩ଦିନ ମଧ୍ୟରେ  କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ରିପୋର୍ଟ କ୍ରାଇମବ୍ରାଞ୍ଚ NCWଙ୍କୁ ହସ୍ତାନ୍ତର କରି ସାରିଛି ।

ଏହି ଘଟଣାରେ NCWଙ୍କ ଏଭଳି ତତ୍ପରତା ଓ ଭାରତୀୟ ସେନା ପକ୍ଷରୁ ତୀବ୍ର ଆପତ୍ତି ଉଠାଯିବା ପରେ ଭରତପୁର ଥାନା ଆଇଆଇସିଙ୍କ ସମେତ ମୋଟ ୫ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟ ପୁଲିସ ଡିଜି ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story