Advertisment

ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା କଟକ ନେତାଜୀ ବସ୍ ଟର୍ମିନାଲ

୧୫ ଏକର ଜାଗା ଉପରେ ତିଆରି ହୋଇଥିବା ରାଜ୍ୟର ଏହି ବୃହତ ବସ୍ ଟର୍ମିନାଲ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୯୦ କୋଟି।

Cuttack Bus Stand

Cuttack Bus Stand

Advertisment

କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଆଜି ଲୋକାର୍ପିତ ହୋଇଛି ନେତାଜୀ ବସ୍ ଟର୍ମିନାଲ। ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନେଇ ନା ନିର୍ଭର ପ୍ରତିଶ୍ରୁତି ମିଳିଲା ନା ବ୍ୟବସାୟୀଙ୍କୁ ଥଇଥାନ ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ତିଆରି ହେଲା। ବରଂ ଦାବିଗୁଡ଼ିକୁ ଅଣଦେଖା କରି ତରବରିଆ ଭାବେ ବସ୍ ଟର୍ମିନାଲ ଉଦଘାଟନ କରାଯାଇଥିବା ଅଭିଯୋଗ ଆଣି ଗର୍ଜିଛନ୍ତି ବିଜେପି ଓ କଂଗ୍ରେସ। କେବଳ ରାଜନୀତିକ ଦଳ ନୁହେଁ, ସ୍ଥାନୀୟ ବାସିନ୍ଦା ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ବସ୍ ଟର୍ମିନାଲ ସହ କଟକ ସହର ପାଇଁ ୧୨ଟି ନୂଆ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୫ ଏକର ଜାଗା ଉପରେ ତିଆରି ହୋଇଥିବା ରାଜ୍ୟର ଏହି ବୃହତ ବସ୍ ଟର୍ମିନାଲ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୯୦ କୋଟି। ଏଠାରୁ ୫ ଶହ ବସର ଯା’ଆସ ସୁବିଧା ସହ ରହିଛି ୧୯୨ଟି ବସ୍‌ର ରହଣୀ ବ୍ୟବସ୍ଥା। ସେହିପରି ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର, ଶୌଚାଳୟ, ATM କାଉଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଆହାର କେନ୍ଦ୍ର ଓ ମୋବାଇଲ ଚାର୍ଜିଂ ପଏଣ୍ଟ ଆଦି ରହିଛି।

ନୂଆ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି ସତ, କିନ୍ତୁ ଏବେ ବି ଏଠାକୁ ସଂଯୋଗ କରୁଥିବା ରାସ୍ତା ଓ ଆପ୍ରୋଚ ରୋଡ୍ ଅସମ୍ପୂର୍ଣ୍ଣ ରହିଛି। ୬ ଲେନ୍ ରାସ୍ତା କାର୍ଯ୍ୟ ସମାପ୍ତ ନହେବା ଓ ଅନ୍ୟ ପ୍ରକଳ୍ପ କାମ ନସରିବା ନେଇ ପ୍ରଶ୍ନ ଉଠାଇବା ସହ ଉଦଘାଟନ କାହା ସ୍ୱାର୍ଥ ପାଇଁ ହୋଇଛି ବୋଲି କହି ଆନ୍ଦୋଳନ କରିଛି କଟକ ନଗର କଂଗ୍ରେସ। କେବଳ ଏତିକି ନୁହେଁ, ଥଇଥାନ ଦାବିରେ ସ୍ଥାନୀୟ ବ୍ୟବସାୟୀ ଓ ଉଠାଦୋକାନୀ ବି ଆନ୍ଦୋଳନ କରିଥିଲେ। ଅଥଚ ସମସ୍ତ ଦାବି, ଆପତ୍ତି ଆଉ ଅଭିଯୋଗକୁ ଅଣଦେଖା କରି ଉଦଘାଟନ କରାଯାଇଛି ବୋଲି କହିବା ସହ ଉଦଘାଟନୀ କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍। ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଛି। ଖାନନଗର ପଟୁ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ରାଲିରେ ଯାଉଥିବାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ ବିଜେପି କର୍ମୀ। ସେହିପରି ହିନ୍ଦୁସେନା କଳା ବେଲୁନ୍ ଉଡ଼ାଇ ବିରୋଧ କରିଥିଲା।

Advertisment

କେବଳ ନେତା ନୁହଁନ୍ତି, କଟକର ସାଧାରଣ ଜନତା ବି ବସଷ୍ଟାଣ୍ଡର ରୂପରେଖ ଏବଂ ରାସ୍ତା ନିର୍ମାଣ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆବଶ୍ୟକତା ଅନୁଯାୟୀ, ଟର୍ମିନାଲ ପାଇଁ ରାସ୍ତା ଚଉଡ଼ା ନଥିବାରୁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣାର ଆଶଙ୍କା ଥିବା କହିଛନ୍ତି। ତେଣେ ସିଡିଏ ଅଧ୍ୟକ୍ଷ କହିଛନ୍ତି, ଯାତ୍ରୀ ଓ ଗାଡ଼ି ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ। 

Cuttack Netaji Bus Terminal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe