Advertisment

୫୦ ପଇସାଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି; ବ୍ୟାଙ୍କ ନନେଲେ ହେବ କାର୍ଯ୍ୟାନୁଷ୍ଠାନ

‘ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସାଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି ଓ ଲିଗାଲ ଟେଣ୍ଡର। ଏନେଇ ଅଧିକ ସଚେତନତା ଦରକାର। କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ।’

undefined

RBI

Advertisment

ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ୩ ମାସ ମଧ୍ୟରେ ସବୁ ବ୍ଲକ୍‌ରେ ବଜାର ସ୍ଥାନରେ ହେବ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି RBI ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି।

Advertisment

ସେ କହିଛନ୍ତି, ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସାଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି ଓ ଲିଗାଲ ଟେଣ୍ଡର। ଏନେଇ ଅଧିକ ସଚେତନତା ଦରକାର। କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ। ଯଦି ବ୍ୟାଙ୍କ କାଏନ ନେବାକୁ ମନା କରୁଛି, ଲୋକେ RBI ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ। ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସୂଚନାରୁ ପ୍ରକାଶ, ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ପେଣ୍ଠ ବ୍ରହ୍ମପୁର ସହରରେ ୧୦ ଟଙ୍କିଆ କଏନ ଅଚଳ। ଲୋକଙ୍କ ଅଭିଯୋଗ ଜିଲ୍ଲାର ଆସ୍କା, ଭଞ୍ଜନଗରରେ ୧୦ ଟଙ୍କିଆ କଏନ ଚଳୁଥିବା ବେଳେ ବ୍ରହ୍ମପୁର ସହରର ଦୋକାନୀ ୧୦ ଟଙ୍କିଆ କଏନ ରଖୁନାହାନ୍ତି। ହେଲେ ଦୋକାନୀଙ୍କ ପାଲଟା ଅଭିଯୋଗ, ୧୦ ଟଙ୍କିଆ ଅଚଳ ହୋଇଯାଇଛି ବୋଲି ଲୋକଙ୍କ ମାନସିକତା ହୋଇଗଲାଣି। ତେଣୁ ଗ୍ରାହକମାନେ ନେଉନାହାନ୍ତି। ଫଳରେ ସେମାନଙ୍କ ପାଖରେ ୧୦ ଟଙ୍କିଆ କଏନ ଗଦା ହୋଇରହୁଛି। ଏପରି ଅଭିଯୋଗ ଉପରୁ ଆଜି ପର୍ଦ୍ଦା ହଟାଇଛନ୍ତି ଆର୍‌ବିଆଇ। ସବୁ ଟଙ୍କା ଚଳୁଛି ବୋଲି ଘୋଷଣା କରିଛନ୍ତି।

Advertisment
Bhubaneswar Ganjam RBI Coin Exchange
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe