Advertisment

ଭୁଶୁଡ଼ିଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ

ତିନିବର୍ଷ ତଳେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ନିର୍ମାଣ ହୋଇଥିଲା। ହେଲେ ନିମ୍ନ ମାନର କାମ ଯୋଗୁ ପାଚେରୀ ଭୁଶୁଡ଼ିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।

author-image
Biswajit Samal
ଅଦ୍ୟତନ ହୋଇଛି
Wall

Wall

ଭୁଶୁଡ଼ିଲା କଟକ ଓଡ଼ିଆ ବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ। ଗତକାଲି ବର୍ଷା ଯୋଗୁଁ ପାଚେରୀ ଭୁଷୁଡ଼ିଥିବା କୁହାଯାଉଛି। ପାଚେରୀ ଭୁଶୁଡ଼ିବା ଯୋଗୁଁ ପାଖରେ ଥିବା ତିନୋଟି କାର ନଷ୍ଟ ହୋଇଯାଇଛି। ଗତ ତିନିବର୍ଷ ତଳେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ନିର୍ମାଣ ହୋଇଥିଲା। ହେଲେ ନିମ୍ନ ମାନର କାମ ଯୋଗୁଁ ପାଚେରୀ ଭୁଶୁଡ଼ିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ସେପଟେ ପଚାରି କେଉଁ ପରିସ୍ଥିତିରେ ଭାଙ୍ଗିଲା? କିଏ ନିର୍ମାଣ କାର୍ଯ୍ୟ କରିଥିଲେ? ତାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର।

Advertisment
Cuttack