Advertisment

ଲୋକଙ୍କ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ, ଯୋଗାଣ ସହାୟକ ନିଲମ୍ବିତ

ଜିଲ୍ଲାପାଳ କହିଛନ୍ତି, ଏହି ଅଭିଯୋଗ ଆଜି ଆମ ନଜରକୁ ଆସିନଥିଲା। ଆଗରୁ ଆମ ପାଖରେ ଏନେଇ କେହି ଅଭିଯୋଗ କରି ନଥିଲେ।

People

People

Advertisment

୭ ମାସ ହେଲା ମିଳୁନି ଚାଉଳ। ସରପଞ୍ଚ ଓ ଯୋଗାଣ ସହାୟକଙ୍କୁ ବାରମ୍ବାର କହିବା ସତ୍ତ୍ୱେ ମିଳିଲାନି ସୁଫଳ। ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟିଲେ ଲୋକେ। ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ। ଯୋଗାଣ ସହାୟକଙ୍କୁ ନିଲମ୍ବନ କରିବା ସହିତ ହିତାଧିକାରୀଙ୍କୁ ତୁରନ୍ତ ଚାଉଳ ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ। ଆଜି ବରଗଡ଼ରେ ଦେଖିବାକୁ ମିଳିଛି ଏହି ଘଟଣା।

Advertisment

ବରଗଡ଼ ବ୍ଲକ ତୋରା ପଞ୍ଚାୟତର ୱାର୍ଡ ନଂ୧୭ର ହିତାଧିକାରୀମାନେ ୭ ମାସ ହେଲାଣି ଚାଉଳ ପାଉ ନାହାନ୍ତି। ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ସରପଞ୍ଚ ଓ ଯୋଗାଣ ସହାୟକ ଲୋକଙ୍କ ଠାରୁ ଆଇ ସ୍କାନ, ଫିଙ୍ଗର ପ୍ରିଣ୍ଟ ଓ ରାସନ ଖାତାରେ ଦସ୍ତଖତ ନେଇ ଯାଉଥିଲେ, କିନ୍ତୁ ଚାଉଳ ଦେଉ ନଥିଲେ। ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ସେମାନେ କିଛି ଶୁଣି ନଥିଲେ।

ଶେଷରେ ବାଧ୍ୟ ହୋଇ ଆଜି ଗାଁ ଲୋକେ ପ୍ରଥମେ ଜିଲ୍ଲା ଯୋଗାଣ ଅଫିସକୁ ଯାଇ ଅଭିଯୋଗ କରିଥିଲେ। ପରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଗାଁ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବା ପରେ ସଙ୍ଗେ ସଙ୍ଗେ ଯୋଗାଣ ସହାୟକଙ୍କ ଉପରେ ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ତୁରନ୍ତ ଯୋଗାଣ ସହାୟକଙ୍କୁ ନିଲମ୍ବନ କରିବା ସହ ହିତାଧିକାରୀଙ୍କୁ ୭ ମାସର ଚାଉଳ ଯୋଗେଇ ଦେବା ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ମନୀଷା ବାନାର୍ଜୀ।

Advertisment

ଜିଲ୍ଲାପାଳ କହିଛନ୍ତି, ଏହି ଅଭିଯୋଗ ଆଜି ଆମ ନଜରକୁ ଆସିନଥିଲା। ଆଗରୁ ଆମ ପାଖରେ ଏନେଇ କେହି ଅଭିଯୋଗ କରି ନଥିଲେ। ପ୍ରତିମାସରେ ହେଉଥିବା ଜନଶୁଣାଣିରେ ବି ଏହି ଅଭିଯୋଗ ହୋଇ ନଥିଲା। ଆମେ ଆଜି ଘଟଣା ସଂପର୍କରେ ଜାଣିବା ପରେ ଯୋଗାଣ ବିଭାଗକୁ ଆଜି ହିଁ ଚାଉଳ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯୋଗାଣ ସହାୟକଙ୍କୁ ତତ୍‌କ୍ଷଣାତ୍ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବରଗଡରୁ ଧର୍ମଦତ୍ତ ପାଢ଼ୀଙ୍କ ରିପୋର୍ଟ

Corruption
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe