ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି, ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ

ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପ୍ରକାଶିତ ଏହି ସୂଚନା ଅନୁସାରେ, ବରିଷ୍ଠ ଓକିଲ ଶ୍ରୀ ମିଶ୍ର ୧୯୯୧ ଡିସେମ୍ବର ମାସରୁ ଅର୍ଥାତ୍ ଗତ ୩୦ବର୍ଷ ଧରି ଓକିଲାତି କରୁଛନ୍ତି ଓ ସେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପାଇଁ ଆଡଭୋକେଟ୍ ଅନ୍ ରେକର୍ଡ ଅଛନ୍ତି ।

High Court PhotoOR

ଓଡ଼ିଶା ହାଇକୋର୍ଟ

Ordigital Desk
  • Published: Thursday, 17 August 2023
  • Updated: 17 August 2023, 09:54 PM IST

 ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଶିବଶଙ୍କର ମିଶ୍ର ଓ ଜୁଡ଼ିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ଦେବାକୁ ଆଜି ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଜର ଦୁଇଜଣ ବରିଷ୍ଠ ସହଯୋଗୀ( ହାଇକୋର୍ଟ ବିଚାରପତି)ଙ୍କ ସହ ବିଚାରବିମର୍ଶ କରି ୨୦୨୩ ଜାନୁୟାରୀ ୧୭ତାରିଖରେ ଏହି ଦୁଇଜଣଙ୍କ ନାଁ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଏହି ସୁପାରିଶରେ ସମ୍ମତି ଜଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପ୍ରକାଶିତ ଏହି ସୂଚନା ଅନୁସାରେ, ବରିଷ୍ଠ ଓକିଲ ଶ୍ରୀ ମିଶ୍ର ୧୯୯୧ ଡିସେମ୍ବର ମାସରୁ ଅର୍ଥାତ୍ ଗତ ୩୦ବର୍ଷ ଧରି ଓକିଲାତି କରୁଛନ୍ତି ଓ ସେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପାଇଁ ଆଡଭୋକେଟ୍ ଅନ୍ ରେକର୍ଡ ଅଛନ୍ତି । ତାଙ୍କର ଭଲ ଅଭିଜ୍ଞତା ଓ ପ୍ରାକ୍ଟିସ ରହିଛି । ଯାହାକି ତାଙ୍କର ପେଷାଦାର ଆୟରେ ପ୍ରତିଫଳିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କଲେଜିୟମ ଶ୍ରୀ ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଉପଯୁକ୍ତ ବୋଲି ସୁପାରିଶ କରିଛନ୍ତି ।

Also Read

ସେହିପରି ଜୁଡିସିଆଲ ଅଫିସର ଶ୍ରୀ ବେହେରା ଏବେ ଗଞ୍ଜାମ ଜିଲ୍ଲା ଓ ସେସନ୍ ଜଜ୍ ଭାବେ କାର୍ଯ୍ୟ କରୁଛନ୍ତି । ବାଲେଶ୍ୱରରେ ଜନ୍ମିତ ଶ୍ରୀ ବେହେରା ୨୦୨୪ ମେ’ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ତେବେ ହାଇକୋର୍ଟ କଲେଜିୟମ ଅନ୍ୟ କାହାରି ନାଁ ପଠାଇନଥିବାରୁ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାଁରେ ସହମତି ଦେଇଛନ୍ତି ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ , ଜଷ୍ଟିସ ସଞ୍ଜୟ କିଷାନ କୌଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଆଜି ଏହି ସୁପାରିଶ କରିଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ୧ ତାରିଖ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ମୋଟ ସ୍ୱୀକୃତିପ୍ରାପ୍ତ ୩୩ଜଣ ବିଚାରପତିଙ୍କ ମଧ୍ୟରୁ ୨୧ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story