Advertisment

ଆକ୍ସନ ମୁଡରେ ବନବିଭାଗ; କାଲିଠୁ କୁଳଡିହା ଅଭୟାରଣ୍ୟରେ କମ୍ବିଂ ଅପରେସନ

ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ କାଲି ସକାଳୁ କୁଳଡିହା ଅଭୟାରଣ୍ୟରେ ମିଳିତ କମ୍ୱିଂ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

author-image
Niharika Rout
Kuldiha Sanctuary

Kuldiha Sanctuary

କୁଲଡିହା ଅଭୟାରଣ୍ୟରେ ଆରମ୍ଭ ହେବ କମ୍ବିଂ ଅପରେସନ। କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୁଡ଼କୁ ଚାଲି ଆସିଛି ବନ ବିଭାଗ । ଯିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିବାକୁ  ଚେତାବନୀ ଦେଇଛି ଅଧିକାରୀ।

Advertisment

ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାପରେ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

ଆସନ୍ତାକାଲିଠୁ ଶିମିଳିପାଳ କୁଲଡିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଛି ବିଭାଗ। ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ କାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

Advertisment

ଏହାସହ ବନ୍ୟପ୍ରାଣୀ ପିସିସିଏଫ୍ ଶିକାରୀଙ୍କୁ ଚେତାବନୀ ଦେବା ସହ ଅପିଲ କରିଛନ୍ତି ଯେ, ଯଦି କିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିଦିଅନ୍ତୁ। ନଚେତ ବନ ବିଭାଗ ପୂରା ସଜାଗ ରହିଛି, କାହାରିକୁ ଛଡାଯିବନି।

ସେହିପରି ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିକାରୀ ଗୁଳିରେ ଆହତ ହୋଇ SCBରେ ଚିକିତ୍ସିତ ହେଉଥିବା ଦୁଇ ବନ କର୍ମଚାରୀ ବିପଦମୁକ୍ତ ଅଛନ୍ତି । ଜଣଙ୍କ ଶରୀରରେ ଛରା ବନ୍ଧୁକର ଗୁଳି ଲାଗିଛି । ଅପରେସନ କରି ଗୁଳି ବାହାର କରାଯିବ।

Balasore Kuldiha Sanctuary