Advertisment

ରାଜଧାନୀରେ ଟ୍ରାଫିକ୍‌ ପୁଲିସ୍‌ ପିନ୍ଧିଲେ AC ହେଲ୍‌ମେଟ୍‌

ଦିନକୁ ଦିନ ବଢ଼ୁଛି ରାଜଧାନୀ ଭୁବନେଶ୍ୱରର କାୟା। ତା’ ସାଙ୍ଗକୁ ବଢ଼ି ଚାଲିଛି ତାତି। ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ।

AC

AC

Advertisment

ଟ୍ରାଫିକ୍‌ ପୁଲିସ୍‌ ବ୍ୟବହାର କରିବେ AC ହେଲ୍‌ମେଟ୍‌। ଗ୍ରୀଷ୍ମ ଋତୁରେ ଏହି ହେଲ୍‌ମେଟ୍‌ ମୁଣ୍ଡ ଓ ଶରୀର ଥଣ୍ଡା ରଖିବ। ଯେତେ ଗରମ ହେଲେ ମଧ୍ୟ ତାତିରୁ ଆଶ୍ୱସ୍ତି ମିଳିବ। ଆଜି ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରେ ଏହି ହେଲ୍‌ମେଟ୍‌ ବ୍ୟବହାର ହୋଇଛି। ଭଲ ଫିଡ୍‌ବେକ୍‌ ଆସିଲେ, ଟ୍ରାଫିକ୍‌ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ ବୋଲି କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର କହିଛନ୍ତି।

Advertisment

ଦିନକୁ ଦିନ ବଢ଼ୁଛି ରାଜଧାନୀ ଭୁବନେଶ୍ୱରର କାୟା। ତା’ ସାଙ୍ଗକୁ ବଢ଼ି ଚାଲିଛି ତାତି। ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ। ଏପରି ସ୍ଥିତିରେ ଛକ ଛକରେ ଟ୍ରିଫିକ୍‌ ଡ୍ୟୁଟିରେ ମୁତୟନ ଥିବା କର୍ମଚାରୀଙ୍କ ଅବସ୍ଥା ହେବାଲ୍‌ ହେଉଛି। ତେଣୁ ସେମାନଙ୍କ ପାଇଁ ଆସିଛି AC ହେଲ୍‌ମେଟ୍‌। ଅର୍ଥାତ ଟ୍ରାଫିକ୍‌ ପୁଲିସ୍ କର୍ମଚାରୀମାନେ AC ହେଲ୍‌ମେଟ୍‌ ପିନ୍ଧି ଡ୍ୟୁଟି କରିବେ। ଏହି AC ହେଲ୍‌ମେଟ୍‌ ବ୍ୟବହାର କଲେ ତାତିରୁ ଆଶ୍ୱସ୍ତି ମିଳିବ।

ପୂର୍ବରୁ AC ହେଲ୍‌ମେଟ୍‌ ଗୁଜରାଟ୍‌, ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତରେ କିଛି ରାଜ୍ୟରେ ପୁଲିସ ବ୍ୟବହାର କରୁଛି। ସେମିତି କିଛି ସମସ୍ୟା ଦେଖାଦେଇ ନାହିଁ। ଗ୍ରୀଷ୍ମ ଋତରୁ ଟ୍ରାଫିକ୍‌ ଡ୍ୟୁଟିରେ ମୁତୟନ ହେଉଥିବା କର୍ମଚାରୀଙ୍କ ପାଇଁ ଏହି ହେଲ୍‌ମେଟ୍‌ ବେଶ୍‌ ଲାଭ ଦାୟକ।

Advertisment

ସେପଟେ ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ପରୀକ୍ଷା ମୂଳକ ଭାବେ ଏହି AC ହେଲ୍‌ମେଟ୍‌କୁ କର୍ମଚାରୀମାନେ ବ୍ୟବହାର କରୁଛନ୍ତି। ସେମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ନିଆଯିବ। ଯଦି ଫିଡ୍‌ବ୍ୟାକ୍‌ ଭଲ ରହିଥିଲା, ତାହାହେଲେ କର୍ମଚାରୀଙ୍କୁ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବୁ ବୋଲି କମିଶନର କହିଛନ୍ତି।

AC ହେଲ୍‌ମେଟ୍‌ ଯୋଗାଉଥିବା ସଂସ୍ଥା ସଞ୍ଜୟ ଯୋଷୀ କହିଛନ୍ତି, ୫୫ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ଏହି ହେଲ୍‌ମେଟ୍‌ କାମ ଦେଇପାରିବ। ମୁଣ୍ଡ ଓ ଶରୀରକୁ ଥଣ୍ଡା ରଖିବ। ଏହି AC ହେଲ୍‌ମେଟ୍‌ ବ୍ୟବହାରେ କୌଣସି ଅସୁବିଧା ହେବନାହିଁ। କିନ୍ତୁ ଯେଉଁମାନେ ପ୍ରଥମେ ଥର ପାଇଁ ବ୍ୟବହାର କରିବେ, ସେମାନଙ୍କୁ ଟିକେ ଟିକେ ଅଡୁଆ ଲାଗିପାରେ। ପରବର୍ତ୍ତୀ ସମୟରେ ସବୁକିଛି ଠିକ୍‌ଠାକ୍‌ ହୋଇଯିବ। ମେକ୍‌ ଇନ୍‌ ଇଣ୍ଡିଆରେ ଏହି AC ହେଲ୍‌ମେଟ୍‌ ତିଆରି ହୋଇଛି। ଆବଶ୍ୟକ ମୁତାବକ ଯୋଗାଇ ଦିଆଯାଇ ପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Bhubaneswar Commissionerate Police Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe