Advertisment

ପଂଚାୟତ ପ୍ରତିନିଧିଙ୍କ ମୃତ୍ୟୁ ଓ ଅକ୍ଷମତା ପାଇଁ ସରକାର ଦେବେ ଅନୁକମ୍ପା ସହାୟତା

ପଂଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟଅବଧି ସମୟରେ କୌଣସି କାରଣରୁ ମୃତ୍ୟୁ ଘଟିଲେ ତାଙ୍କର ନିକଟତମ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।

author-image
Ordigital Desk
CM Mohan Charan Majhi

CM Mohan Charan Majhi

ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନଙ୍କ ସାମାଜିକ ନିରାପତ୍ତା ଦିଗରେ ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟରତ ୱାର୍ଡମେମ୍ବରରୁ ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ପଂଚାୟତ ପ୍ରତିନିଧିଙ୍କ ମୃତ୍ୟୁ କ୍ଷେତ୍ରରେ ୨ଲକ୍ଷ ଟଙ୍କା ଓ ଅକ୍ଷମତା ପାଇଁ ୧ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ,  ପଂଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟଅବଧି ସମୟରେ କୌଣସି କାରଣରୁ ମୃତ୍ୟୁ ଘଟିଲେ ତାଙ୍କର ନିକଟତମ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ସେହିଭଳି ଉଭୟ ଆଖି, ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ସଂପୃକ୍ତ ପଂଚାୟତ ପ୍ରତିନିଧିଙ୍କୁ ୨ ଲକ୍ଷ ଟଙ୍କା ଏବଂ ଯଦି ଗୋଟିଏ ଆଖି କିମ୍ବା ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହୁଏ ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥାରେ ପଂଚାୟତ ପ୍ରତିନିଧିମାନେ ହେଉଛନ୍ତି ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧି । ସେମାନେ ସିଧାସଳଖ ଲୋକଙ୍କ  ସହ ଯୋଡ଼ିହୋଇ ରହିଥାନ୍ତି । ଲୋକଙ୍କ ସୁବିଧା ଅସୁବିଧାରେ ସେମାନଙ୍କୁ ସହାୟତା କରନ୍ତି । ଗ୍ରାମାଂଚଳ ବିକାଶରେ ସେମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଥାଏ । କିନ୍ତୁ, ସେମାନଙ୍କ କ୍ଷେତ୍ରରେ କୌଣସି ଦୁର୍ଘଟଣା ଘଟିଲେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏହି ସହାୟତା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment