Amazon sales of mahaprabhus Nirmalya
ଅନ୍ଲାଇନ୍ ସପିଂ ସଂସ୍ଥା ଆମାଜନ ବିକୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ। କେବଳ ସେତିକି ନୁହେଁ ଅନ୍ଲାଇନ୍ରେ ମିଳିଛୁ ଜଗନ୍ନାଥଙ୍କ ତୁଳସୀ ଓ ଖଜା। ଏଭଳି କିଛି ଅଭିଯୋଗ ଆଣିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ। ଏନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅନ୍ଲାଇନ୍ ସପିଂ ସଂସ୍ଥା ଆମାଜନ ବିନା ଅନୁମତିରେ ଅନ୍ଲାଇନ୍ରେ ଶ୍ରୀଜିଉଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜା ବିକ୍ରି ହୋଉଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ। ବିନା ଅନୁମତିରେ ଏହି ସବୁ ସାମଗ୍ରୀ ବିକ୍ରି କରାଯାଉଥିବାରୁ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶମ୍ଭୁନାଥ।
ଅନ୍ଲାଇନ୍ରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜାର ଦାମ୍ ୧୫୦୦ ଟଙ୍କା ରହିଛି। ଏତିକି ଟଙ୍କାରେ ୪ଟି ଖଜା, ଗୋଟିଏ ନିର୍ମାଲ୍ୟ ପୁଡିଆ ଓ ଅଳ୍ପ ତୁଳସୀ ମିଳୁଛି। ତେବେ ଏସବୁ ଆମାଜନ ପାଉଛି କେଉଁଠୁ, କିଏ ତାକୁ ଯୋଗାଉଛି ବୋଲି ଶମ୍ଭୁନାଥ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି। ପୂର୍ବରୁ ୨୦୨୦ରେ ମଧ୍ୟ ଏଭଳି ସମାନ ମାମଲା ସାମ୍ନାକୁ ଆସିଥିଲା। ତେବେ ତିନି ବର୍ଷ ପରେ ଏବେ ପୁଣି ଥରେ ଏଭଳି ମାମଲା ସାମ୍ନାକୁ ଆସିଛି।
ଯଦି ଅନ୍ଲାଇନ୍ ସଂସ୍ଥା ମହାପ୍ରଭୁଙ୍କ ତୁଳସୀ ବିକ୍ରି କରିବେ ତେବେ ଛତିଶାନିଯୋଗ, ସେବାୟତ, ପଣ୍ଡା ପଢ଼ିଆରୀମାନେ କ'ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ। ଏଥିପାଇଁ ତୁରନ୍ତ ଆମାଜନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1700636622.jpg)