Advertisment

ଭୁବନେଶ୍ୱରରେ ରେଞ୍ଜ ରୋଭର ଦୁର୍ଘଟଣା; NHRCରେ ମାମଲା

ଲୋପାମୁଦ୍ରାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ଦାବି କରିଛି ବିଜେପି।

author-image
Manoranjan Sial
BJP

BJP

ଜାତୀୟ ମାନବାଧିକାର ସୁରକ୍ଷା କମିଶନ(NHRC)ଙ୍କ ପାଖକୁ ଗଲା ଭୁବନେଶ୍ୱରରେ ରେଞ୍ଜ ରୋଭର ଦୁର୍ଘଟଣା ମାମଲା। ନ୍ୟାୟ ପାଇଁ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ NHRCରେ ମାମଲା ରୁଜୁ ହୋଇଛି। ମୃତ ଯୁବତୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇବାକୁ ଦାବି କରିଛି ସଂପୃକ୍ତ ସଂଗଠନ। ମାମଲାରେ ଗୃହ ସଚିବ, ଡିଜିପି, ପୁଲିସ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।

Advertisment

ଗତ ୩୧ ତାରିଖରେ ଯାଜପୁର ବରୀ ବ୍ଲକର ଲୋପାମୁଦ୍ରା ସାହୁ ଓ ତାଙ୍କ ସମ୍ପର୍କୀୟ କାହ୍ନୁଚରଣ ନାୟକ ଭୁବନେଶ୍ୱର ୟୁନିଟ ୮ ପାୱାର ହାଉସ୍‌ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଏକ ରେଞ୍ଜରୋଭର କାର୍ ଧକ୍କା ଦେଇଥିଲା। ୩ ଦିନର ସଂଘର୍ଷ ପରେ ଲୋପାମୁଦ୍ରା ପ୍ରାଣ ହରାଇସାରିଥିବା ବେଳେ କାହ୍ନୁଚରଣ ଏବେବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ସେପଟେ ଲୋପାମୁଦ୍ରାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ଦାବି କରିଛି ବିଜେପି। ଆଉ ସେହି ୫୦ ଲକ୍ଷ ଟଙ୍କା ଆର୍ମର୍‌ରେ ଭେଞ୍ଚରର୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ବିଶାଳ ଦାସ ଓ ସରୋଜ ଭୋଇଙ୍କ ପାଖରୁ ରାଜ୍ୟ ସରକାର ଆଦାୟ କରନ୍ତୁ ବୋଲି ବିଜେପି ଦାବି କରିଛି। କେବଳ ଡ୍ରାଇଭରଙ୍କୁ ଫସେଇ ଦେଲେ ହେବନି, ସିସିଟିଭି ଫୁଟେଜ ଆଧାରରେ ଫୌଜଦାରୀ ମାମଲା ରୁଜୁ କରି ତୁରନ୍ତ ଏହି ଦୁଇ ଜଣଙ୍କୁ ପୁଲିସ ଗିରଫ କରୁ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଦାବି କରିଛନ୍ତି।

Advertisment

ତେବେ ଏନେଇ ରାଜ୍ୟ ସରକାର କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Bhubaneswar Bjp Bhubaneswar News