Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା

ମୋଟ ୧୦୯ଟି ପ୍ଲଟକୁ ବେଆଇନ୍‌ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ କଦାପି ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।

undefined

Puri Jagannath Temple

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏହି ଏତଲା ଦିଆଯାଇଛି। ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ ଅଭିଯୋଗ ହୋଇଛି।

Advertisment

ମୋଟ ୧୦୯ଟି ପ୍ଲଟକୁ ବେଆଇନ୍‌ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ କଦାପି ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଏପରିକି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ ହସ୍ତାନ୍ତର ସମ୍ପୂର୍ଣ୍ଣ ଅବୈଧ। ଏଥିରୁ କ୍ଷାନ୍ତ ରହିବାକୁ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ପରିଚାଳନା କମିଟିଙ୍କ ସମସ୍ତ ଜମି ପଟ୍ଟା ଗୁଡିକର ଏବେ କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଚାଲୁ ରହିଛି। ବିକ୍ରିବଟା ବା ଲିଜ ଇଦ୍ୟାଦିକୁ ସଂପୂର୍ଣ୍ଣ ରୂପେ ସ୍ୱଚ୍ଛ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe