Advertisment

ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର, ରୋଗୀ ଗୁରୁତର

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଛାତରୁ ପ୍ଲାଷ୍ଟର ଖସି ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୁଣ୍ଡ ଫାଟିଲା

ଅଦ୍ୟତନ ହୋଇଛି
Hospital

Hospital

Advertisment

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଛାତରୁ ପ୍ଲାଷ୍ଟର ଖସି ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୁଣ୍ଡ ଫାଟିଲା। ଅହତ ଜଣକ ହେଲେ ସୋଷ ଥାନା ଢେଙ୍କା ଅଞ୍ଚଳର ରାଜେଶ।

Advertisment

ରାଜେଶ ତାଙ୍କ ବାପା, ମା’ଙ୍କ ସହ ଆନନ୍ଦପୁର ଉପଖଣ୍ଡକୁ ଚିକିତ୍ସା ଲାଗି ଆସିଥିଲେ। ସେଠାରେ ତାଙ୍କୁ ରକ୍ତ ଦିଆଯାଉଥିବା ବେଳେ ଅଚାନକ ପୁରୁଷ ୱାର୍ଡ ଛାତରୁ ପ୍ଲାଷ୍ଟର ଖସିଥିଲା। ଫଳରେ ରାଜେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ତେବେ କିଛି ଦିନ ତଳେ ୪ କୋଟି ଖର୍ଚ୍ଚ କରି ଚିକିତ୍ସାଳକୁ ମରାମତି କରାଯାଇଥିଲା। ହେଲେ ମରାମତିର ମାସେ ନପୁରୁଣୁ ଏଭଳି ଦୁର୍ଘଟଣା ଘଟିଛି।   

Advertisment
Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe