Advertisment

ବସ୍ ଅଟକାଇ ଯାତ୍ରୀଙ୍କୁ ନମାଜ ପାଇଁ ଅନୁମତି ଦେଇ ଚାକିରି ହରାଇଲେ କଣ୍ଡକ୍ଟର, ଟ୍ରେନ୍ ଆଗକୁ ଡେଇଁ କଲେ ଆତ୍ମହତ୍ୟା

ରିଙ୍କି ଯାଦବ କହିଛନ୍ତି ଯେ ମାନବିକତା ଦେଖାଇବାକୁ ଯାଇ ତାଙ୍କ ସ୍ୱାମୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଲା।

author-image
Jitendra Garnayak
Mohit Yadav

Mohit Yadav

କିଛି ଯାତ୍ରୀ ନମାଜ ପାଠ କରିବାକୁ ଚାହିଁଲେ। ସେଥିପାଇଁ କଣ୍ଡକ୍ଟର ସେମାନଙ୍କୁ ଅନୁମତି ଦେଇଥିଲେ। ଆଉ ବସ୍‌କୁ ଅଟକାଇ ଦେଇଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ତାଙ୍କୁ ଚାକିରିରୁ ବାହାର କରି ଦିଆଗଲା। ଚାକିରିରୁ ବାହାରିବାର ଦୁଇ ମାସ ପରେ ବି ଅନ୍ୟ କୌଣସି ସ୍ଥାନରେ ଚାକିରିଟିଏ ନ ମିଳିବାରୁ ଗତ ସୋମବାର ସେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଦେଲେ। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।

Advertisment

ମୃତ ବ୍ୟକ୍ତିଙ୍କ ନାଁ ମୋହିତ ଯାଦବ (୩୨)। ସେ ଉତ୍ତର ପ୍ରଦେଶ ରାଜ୍ୟ ପରିବହନର ଏକ ବସ୍‌ରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ଅସ୍ଥାୟୀ କର୍ମଚାରୀ ଥିଲେ ଓ ୧୭ ହଜାର ଟଙ୍କା ଦରମା ପାଉଥିଲେ। ସେହି ଟଙ୍କାରେ ତାଙ୍କ ପରିବାରର ୮ ଜଣ ସଦସ୍ୟ ଚଳୁଥିଲେ।

ଗତ ଜୁନ୍ ମାସରେ ସେ ବରେଲୀ-ଦିଲ୍ଲୀ ଜନରଥ ବସ୍‌ରେ କଣ୍ଡକ୍ଟର ଭାବେ ନିୟୋଜିତ ହୋଇଥିଲେ। ଦିନେ ସେ ଏହି ବସ୍‌କୁ ରାଜପଥରେ ଅଟକାଇ ଦେଇଥିଲେ। କାରଣ କିଛି ଲୋକ ନମାଜ ପାଠ କରିବାକୁ ଚାହିଁଥିଲେ।

Advertisment

ଏହି ଘଟଣାର ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହୋଇଥିଲା। ଏହାକୁ ଉକ୍ତ ବସ୍‌ର ଜଣେ ଯାତ୍ରୀ ଉତ୍ତୋଳନ କରିଥିଲେ। ଉକ୍ତ ଭିଡିଓର ମୋହିତ ଯାଦବ କହିଥିଲେ, “ଆମେ ସମସ୍ତେ ହିନ୍ଦୁ... ହିନ୍ଦୁ ଓ ମୁସ୍‌ଲିମ୍‌କୁ ନେଇ କିଛି କଥା ନାହିଁ... ଯଦି ଆମେ ବସ୍‌କୁ ଦୁଇ ମିନିଟ୍ ଅଟକାଇ ଦେବା, ତା’ହେଲେ କ’ଣ କ୍ଷତି ହୋଇଯିବ?”

ଏହି ଭିଡିଓ ଭାଇରାଲ ହେବା ପରେ ମୋହିତ ଯାଦବ ଓ ବସ୍‌ ଡ୍ରାଇଭରଙ୍କୁ ତୁରନ୍ତ ନିଲମ୍ବନ କରି ଦିଆଗଲା। ସେମାନଙ୍କୁ ନୋଟିସ୍ ସୁଦ୍ଧା ଦିଆଯାଇ ନଥିଲା। ପରେ ମୋହିତଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା।

ମୋହିତ ଯାଦବଙ୍କ ପତ୍ନୀ ରିଙ୍କି ଯାଦବ ଅଭିଯୋଗ କରିଛନ୍ତି ଯେ ଉତ୍ତର ପ୍ରଦେଶ ପରିବହନ ବିଭାଗ ତାଙ୍କ ସ୍ୱାମୀଙ୍କ ଅନୁରୋଧକୁ ଆଦୌ ଶୁଣି ନଥିଲା। ତାଙ୍କ ସ୍ୱାମୀ ବହୁବାର ବରେଲୀ ସ୍ଥିତ ଆଞ୍ଚଳିକ ପ୍ରବନ୍ଧକଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଆଦୌ ତାଙ୍କ ସ୍ୱାମୀଙ୍କ କଥା ଶୁଣି ନଥିଲେ।

ରିଙ୍କି ଯାଦବ କହିଛନ୍ତି, ମୋ ସ୍ୱାମୀଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେଲା ନାହିଁ ରାଜ୍ୟ ପରିବହନ ବିଭାଗ। ତେଣୁ ସେ ଅବସାଦଗ୍ରସ୍ତ ହୋଇଯାଇଥିଲେ ଓ ଶେଷରେ ଆତ୍ମହତ୍ୟା କରି ଦେଲେ। ମାନବିକତା ଦେଖାଇବାକୁ ଯାଇ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଲା।

Suicide