/odisha-reporter/media/post_attachments/uploadimage/library/16_9/16_9_0/IMAGE_1703257652.jpg)
odisha police
ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଖାଦ୍ୟ ଭତ୍ତା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି କର୍ମଚାରୀମାନେ କ୍ରମାଗତ ୮ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରିବାବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା ଭତ୍ତାକୁ ୭୫ଟଙ୍କାକୁ ବୃଦ୍ଧି କରାଯାଇଛି ।
Advertisment
ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରମାଗତ ଭାବେ ୮ଘଣ୍ଟାରୁ ଅଧିକ ସମୟ ଧରି ଡ୍ୟୁଟି କରୁଥିବା ଓଡ଼ିଶା ପୁଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ଖାଦ୍ୟ ଭତ୍ତା ପରିମାଣ ଦୈନିକ ୫୦ଟଙ୍କା ପରିବର୍ତ୍ତେ ଏଣିକି ୭୫ଟଙ୍କା ମିଳିବ । ଏହି ବର୍ଦ୍ଧିତ ଭତ୍ତା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
