Advertisment

କନେଷ୍ଟବଳ ଓ ହାବିଲଦାରଙ୍କ ଖାଇବା ଭତ୍ତା ବଢ଼ିଲା

ଓଡ଼ିଶା ପୁଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ଖାଦ୍ୟ ଭତ୍ତା ପରିମାଣ ଦୈନିକ ୫୦ଟଙ୍କା ପରିବର୍ତ୍ତେ ଏଣିକି ୭୫ଟଙ୍କା ମିଳିବ।

odisha police

odisha police

Advertisment

ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଖାଦ୍ୟ ଭତ୍ତା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି କର୍ମଚାରୀମାନେ କ୍ରମାଗତ ୮ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରିବାବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା ଭତ୍ତାକୁ ୭୫ଟଙ୍କାକୁ ବୃଦ୍ଧି କରାଯାଇଛି ।

Advertisment

ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରମାଗତ ଭାବେ ୮ଘଣ୍ଟାରୁ ଅଧିକ ସମୟ ଧରି ଡ୍ୟୁଟି କରୁଥିବା ଓଡ଼ିଶା ପୁଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ଖାଦ୍ୟ ଭତ୍ତା ପରିମାଣ ଦୈନିକ ୫୦ଟଙ୍କା ପରିବର୍ତ୍ତେ ଏଣିକି ୭୫ଟଙ୍କା ମିଳିବ । ଏହି ବର୍ଦ୍ଧିତ ଭତ୍ତା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ ।

Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe