Advertisment

ରଶି ରଖି ଠିକାଦାରଙ୍କ ଧାରଣା; ଟଙ୍କା ନମିଳିଲେ ଆତ୍ମହତ୍ୟା କରିବୁ

ଆଜକୁ ଦୁଇ ବର୍ଷ ତଳେ ଟିଟିଲାଗଡ ଦୋର୍ଲୋଠାରେ ଘରୋଇ ଗ୍ୟାସ୍‌ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପ ତାମିଲ କମ୍ପାନୀ ମେଘା ଗ୍ୟାସ୍ ପ୍ରାଇଭେଟ୍‌ ଲିମିଟ୍ରେଡ୍‌ କରୁଥିଲା। ଏଥିରେ ଠିକାଦାର ଭାବେ ବୁଲବୁଲ ମେହେର ନିୟୋଜିତ ହୋଇଥିଲେ।

Titilagarh

Titilagarh

Advertisment

ଠକିଦେଲା ତାମିଲୀ କମ୍ପାନୀ। ପ୍ରକଳ୍ପ କାମ ସାରି ପଳାଇଗଲା। ହେଲେ ଠିକାଦାରଙ୍କୁ ଦେଲାନି ବେକୟା ଟଙ୍କା। ତେଣୁ ରଶି ରଖି ଧାରଣାରେ ବସିଛନ୍ତି ଠିକାଦାର। ଆଉ ଦେଇଛନ୍ତି ଧମକ। କହିଛନ୍ତି, ୨ରୁ ୩ ଦିନ ଭିତରେ ବକେୟା ଟଙ୍କା ନମିଳିଲେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବୁ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିରି ଜିଲ୍ଲା ଟିଟିଲାଗଡ଼ରେ।

Advertisment

ଆଜକୁ ଦୁଇ ବର୍ଷ ତଳେ ଟିଟିଲାଗଡ ଦୋର୍ଲୋଠାରେ ଘରୋଇ ଗ୍ୟାସ୍‌ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପ ତାମିଲ କମ୍ପାନୀ ମେଘା ଗ୍ୟାସ୍ ପ୍ରାଇଭେଟ୍‌ ଲିମିଟ୍ରେଡ୍‌ କରୁଥିଲା। ଏଥିରେ ଠିକାଦାର ଭାବେ ବୁଲବୁଲ ମେହେର ନିୟୋଜିତ ହୋଇଥିଲେ। ପାଇପ୍‌ ବିଛାଇବାଠାରୁ ଆରମ୍ଭ କରି ପ୍ରକଳ୍ପର ଅନ୍ୟାନ୍ୟ କାମ କରୁଥିଲେ। ତାଙ୍କ ଅଧୀନରେ ୧୫ରୁ ଅଧିକ କର୍ମଚାରୀ କାମ କରୁଥିଲେ। ଇତି ମଧ୍ୟରେ ପ୍ରକଳ୍ପ କାମ ସରିଗଲାଣି। କାମ ସରିବା ପରେ ଶ୍ରୀ ମେହେର କ୍ଲୋଜର ବିଲ୍‌ ପୈଠ କରିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଠିକାଦାର ବୁଲ୍‌ବୁଲ୍‌ ମେହେରଙ୍କୁ ତାଙ୍କର ପ୍ରାୟ ୬୬ ଲକ୍ଷ ଟଙ୍କାର ବେକେୟା ଦେଲାନାହିଁ।

ବକେୟା ଟଙ୍କା ପାଇବା ପାଇଁ ଶ୍ରୀ ମେହେର ମେଘା ଗ୍ୟାସ୍ ପ୍ରାଇଭେଟ୍‌ ଲିମିଟ୍ରେଡ୍‌ର ହାଇଦ୍ରାବାଦ ସ୍ଥିତ ଅଫିସ୍‌କୁ ବାରମ୍ୱାର ଯାଇଥିଲେ। ସେଠାରେ ଟଙ୍କା ପାଇବା ବଦଳରେ ଅପଦସ୍ତ ହୋଇ ଫେରୁଥିବା କହିଛନ୍ତି। ଏଥିସହ କମ୍ପାନୀ କର୍ତ୍ତୃପକ୍ଷ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀ ମେହେର ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମେଘା ଗ୍ୟାସ୍ ପ୍ରାଇଭେଟ୍‌ ଲିମିଟ୍ରେଡ୍‌ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ହେଲେ ସେଠାରୁ ସେ ନିରାଶ ହୋଇଥିଲେ।

Advertisment

ପ୍ରଶାସନଠାରୁ ନିରାଶ ହେବା ପରେ ଠିକାଦାର ଶ୍ରୀ ମେହେର ଓ ତାଙ୍କ ଅଧୀନରେ କାମ କରୁଥିବା ଶ୍ରମିକମାନେ ହାତରେ ଦୌଡ଼ି ଧରି ଟିଟିଲାଗଡ ଭାଟିପଡ଼ା-ଦୋର୍ଲୋ ରାସ୍ତା ଅବରୋଧ କରିଛନ୍ତି। ବକେୟା ଟଙ୍କା ନମିଳିବା ଯାଏଁ ରାସ୍ତାରୁ ଉଠିବୁ ନାହିଁ ବୋଲି କହିଛନ୍ତି। କମ୍ପାନୀର ଅଧିକାରୀ ଆସି ଠିକାଦାର ଶ୍ରୀ ମେହେର ଓ ତାଙ୍କ ଅଧୀନରେ କାମ କରୁଥିବା ଶ୍ରମିକମାନଙ୍କ ସହିତ ଆଲୋଚନା କରିଛନ୍ତି। ହେଲେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଶ୍ରୀ ମେହେର। ଟଙ୍କା ନମିଳିବା ଯାଏଁ ରାସ୍ତାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଛନ୍ତି।

ଶ୍ରୀ ମେହେର କହିଛନ୍ତି, ୨ରୁ ୩ ଦିନ ଭିତରେ କମ୍ପାନୀ କର୍ତ୍ତୃପକ୍ଷ ଟଙ୍କା ନଦେଲେ ରଶି ଲଗାଇ ଆତ୍ମହତ୍ୟା କରିବି। ଏ ସମ୍ପର୍କରେ ମୁଁ ପ୍ରଶାସନକୁ ପୂର୍ବରୁ ଅବଗତ କରାଇ ଦେଇଛି ବୋଲି ଶ୍ରୀ ମେହେର କହିଛନ୍ତି।

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe