ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌କୁ ଉଦ୍‌ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।

Inaguration Programme

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଣ୍ଟ୍ରୋଲ ରୁମ୍‌ ଉଦ୍‌ଘାଟନ କରୁଛନ୍ତି।

Niharika Rout
  • Published: Thursday, 28 November 2024
  • Updated: 28 November 2024, 09:03 AM IST

ରାଜ୍ୟରେ ଗତ ୨୦ ତାରିଖରୁ ଖୋଲିଛି ଧାନମଣ୍ଡି । ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ପ୍ରସ୍ତୁତ କରିଛନ୍ତି ରୋଡମ୍ୟାପ୍‌ । ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ନିମନ୍ତେ ସରକାର ଖୋଲିଛନ୍ତି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍।

କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ। ଯୋଗାଣ ବିଭାଗ ଏହା ଉପରେ ୨୪ ଘଣ୍ଟା କାଳ ନଜର ରଖିବ । ଏଥିସହ ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ରୋକିବାକୁ ତୁରନ୍ତ କଠୋର ପଦକ୍ଷେପ ନିଆଯିବ ।

Also Read

ଅଭିଯୋଗ ଆସିଲେ ନୋଡାଲ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯିବେ। ସୁରୁଖୁରୁରେ ଧାନ ଉଠିବା ଏବଂ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ଯୋଗାଣ ବିଭାଗ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କୌଣସି କଟନିଛଟନି ବିନା କିପରି ମଧ୍ୟସ୍ଥିଙ୍କ ପ୍ରଭାବ ରହିବ ନାହିଁ ସେହି ଉଦ୍ଦେଶ୍ୟରେ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ଏହାଦ୍ୱାରା କୃଷକମାନଙ୍କ ସହ ତଥା ମଣ୍ଡି ଅଫିସରଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ପାରିବ । ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଲେଖା ନୋଡ଼ାଲ ଅଫିସର ଅଛନ୍ତି। ସେମାନେ ମଧ୍ୟ ଉକ୍ତ କ୍ୟାମେରାରେ ଆସୁଛନ୍ତି।

ଅତ୍ୟାଧୁନିକ ମଡେଲରେ କଣ୍ଟ୍ରୋଲ ରୁମ୍‌କୁ କରାଯାଇଛି। ରାଜ୍ୟରେ ଯେତେ ମଣ୍ଡି ଅଛି ସେଠାରେ କିପରି ଚାଷୀମାନେ ଧାନ ଦେବେ ଓ ସେମାନଙ୍କ ଆକାଉଣ୍ଟକୁ ଠିକ୍‌ ଭାବେ ଟଙ୍କା ଯିବ ତାହା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର। ତେବେ ଗତ ବର୍ଷ ମଣ୍ଡିରେ ଚାଷୀ ଭୋଗିଥିବା ଯନ୍ତ୍ରଣାର ଏଥର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ ।

ଏଥର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story