Advertisment

ଆଜିଠୁ ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା ଆରମ୍ଭ

କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି।

Crocodile

Crocodile

Advertisment

ଆଜିଠୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା କାର୍ଯ୍ୟରେ ୨୨ଟି ଟିମ୍ ସାମିଲ୍ ହୋଇଛନ୍ତି। ଏହି କୁମ୍ଭୀର ଗଣନା କାର୍ଯ୍ୟ ଆଗାମୀ ୩ ଦିନ ଯାଏଁ ଚାଲିବ।

Advertisment

ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଚାଲିଛି ପକ୍ଷୀ ଗଣନା। ଆଜି ସକାଳୁ ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ ଗଣନା ଚାଲିଛି। ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ହେଉଛି।

ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟି ଟିମ୍ ମୁତୟନ ହୋଇଛନ୍ତି। କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍ ଗଣନା କାର୍ଯ୍ୟରେ ଲାଗିଛନ୍ତି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରେଞ୍ଜରେ ୪ଟି ଟିମ୍ ଦ୍ୱାରା ଚାଲିଛି ପକ୍ଷୀ ଗଣନା କାର୍ଯ୍ୟ।

Advertisment
Bhitarkanika Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe