Advertisment

... ମୋ ସ୍ତ୍ରୀକୁ ଅପମାନିତ କଲା, ବାଧିଲା ବୋଲି ଆତ୍ମହତ୍ୟା କଲୁ...

ଯାଜପୁର ଜିଲ୍ଲା ଟମକା ଥାନା ଓସ୍ତାପାଳ ଗାଁର ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀଙ୍କ ମୃତଦେହ ଟ୍ରେନ୍‌ ଲାଇନ୍‌ରୁ ମିଳିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଋଣ ଟଙ୍କା ପାଇଁ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

author-image
Manoranjan Sial
Jajpur

Jajpur

... ମୋ ସ୍ତ୍ରୀକୁ ଅପମାନିତ କଲା। ଅସଭ୍ୟ ଭାଷାରେ ଗାଳି ଦେଲା। ବାଧିଲା ବୋଲି ଆତ୍ମହତ୍ୟା କଲୁ...। ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ଏମିତି ଅନେକ କଥା ଲେଖି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଛନ୍ତି ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀ। ପୁଲିସ୍‌ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଯାଜପୁର ଜିଲ୍ଲା ଟମକା ଥାନା ଓସ୍ତାପାଳ ଗାଁର ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀଙ୍କ ମୃତଦେହ ଟ୍ରେନ୍‌ ଲାଇନ୍‌ରୁ ମିଳିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଋଣ ଟଙ୍କା ପାଇଁ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ୍‌ ଜବତ କରିଥିବା ହାତ ଲେଖା ଚିଠିରୁ ଏହା ସ୍ପଷ୍ଟ ହୋଇଛି। ଯେଉଁଥିରେ ଲେଖା ଅଛି, I am Sri Nimai Charan Bai, ମୋ’ Wife Miss ଜାନକୀ ବାଇ ଆମ ଗାଁ ହରିଜନ ସାହିର ... ଯେନାଙ୍କ ପାଖରୁ ୩୦ ହଜାର ଟଙ୍କା ଆଣି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଇଥିଲା। ସେ ପଇସା ନ ଦେବାରୁ .... ଯେନା ମୋ ସ୍ତ୍ରୀକୁ ଅସଭ୍ୟ ଭାଷାରେ ଗାଳି କଲା। ତେଣୁ ବାଧିବାରୁ ଆମେ ଆତ୍ମହତ୍ୟା କଲୁ ବୋଲି ଚିଠିରେ ଲେଖା ଅଛି।

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Suicide Jajpur