Advertisment

ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଦମ୍ପତି

ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ନ ପ୍ରାୟ ୫ରୁ ସାଢ଼େ ୫ଟାରେ ଓସ୍ତାପାଳ ଅଞ୍ଚଳର ନିମାଇଁ ଚରଣ ବାଇ ଓ ତାଙ୍କ ପତ୍ନୀ ଜାନକୀ ବାଇକ୍‌ରେ ଟମକା ଷ୍ଟେସନ ନିକଟ ଧୂଳିଆପଶିକୁ ଆସିଥିଲେ। ରାସ୍ତାରେ ବାଇକ ରଖି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ ଦମ୍ପତି।

author-image
Manoranjan Sial
ଅଦ୍ୟତନ ହୋଇଛି
Jajpur

Train Track

ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଦମ୍ପତି। ଯାଜପୁର ଟମକା ଷ୍ଟେସନ ନିକଟରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ଋଣ ଭାରରେ ବୁଡ଼ି ଦମ୍ପତି ଟ୍ରେନ୍‌ ଆଗକୁ ଡେଇଁପଡ଼ିଥିବା ଆଲୋଚନା ହେଉଛି।

Advertisment

ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ନ ପ୍ରାୟ ୫ରୁ ସାଢ଼େ ୫ଟାରେ ଓସ୍ତାପାଳ ଅଞ୍ଚଳର ନିମାଇଁ ଚରଣ ବାଇ ଓ ତାଙ୍କ ପତ୍ନୀ ଜାନକୀ ବାଇକ୍‌ରେ ଟମକା ଷ୍ଟେସନ ନିକଟ ଧୂଳିଆପଶିକୁ ଆସିଥିଲେ। ରାସ୍ତାରେ ବାଇକ ରଖି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ ଦମ୍ପତି। ଟ୍ରେନ୍‌ଟି ଉଭୟଙ୍କୁ ଧକ୍କା ଦେଇ ଘୁଷାରୀ ନେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଋଣ ଭାରରେ ବୁଡ଼ି ଦମ୍ପତି ଟ୍ରେନ୍‌ ଆଗକୁ ଡେଇଁଥିବା ଆଲୋଚନା ହେଉଛି।

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Jajpur